ହୋଲିରେ ଝୁମିଲା ଟିମ୍ ଇଣ୍ଡିଆ, ବସ୍‌ରେ ରଙ୍ଗ ଲଗାଇ ଖୁବ୍ ମସ୍ତି କଲେ ଖେଳାଳି, Video

Published By : Prameya-News7 Bureau | March 07, 2023 IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ତଥା ଶେଷ ମୁକାବିଲା ମାର୍ଚ୍ଚ ୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ମାର୍ଚ୍ଚ ୮ରେ ଦେଶ ଏବଂ ଦୁନିଆରେ ରଙ୍ଗର ପର୍ବ ହୋଲି ବେଶ ଜାକଜମକର ସହ ପାଳନ କରାଯାଉଛି। ହୋଲି ପୂର୍ବରୁ ସାଧାରଣ ଲୋକଙ୍କଠୁ ନେଇ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ରଙ୍ଗର ପର୍ବରେ ମସଗୁଲ। ଏହିକ୍ରମରେ ଭାରତୀୟ କ୍ରିକେଟ୍‌ ଖେଳାଳି ମଙ୍ଗଳବାର ହୋଲି ଖେଳର ଖୁବ୍ ମଜା ନେଇଛନ୍ତି। ଖେଳାଳିମାନେ ଟିମ୍ ବସ୍‌ରେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ସାଥୀ ଖେଳାଳିଙ୍କ ସହ ଖୁବ୍ ମସ୍ତି କରିଛନ୍ତି।

wp:html
/wp:html

ଭାରତୀୟ ଖେଳାଳିଙ୍କ ହୋଲି ମନାଇବାର ଭିଡିଓ ଶୁଭମନ ଗିଲ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଭିଡିଓ କ୍ୟାପସନ ଦେଇ ଲେଖିଛନ୍ତି, ଭାରତୀୟ କ୍ରିକେଟ୍ ଦଳ ପକ୍ଷରୁ ହୋଲିର ଶୁଭକାମନା। ରଙ୍ଗର ପର୍ବରେ କୋହଲି ଫୁଲ୍ ମସ୍ତି ମୋଡ୍‌ରେ ରହିଥିବା ବେଳେ ସେ ରଙ୍ଗ ବରସେ ଭିଗେ ଚୁନର ଓ୍ଵାଲି ଗୀତରେ ନାଚୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ରୋହିତ କିଛିଟା ଆଗକୁ ଆସି କୋହଲିଙ୍କ ଉପରେ ରଙ୍ଗ ଉଡାଉଛନ୍ତି।

wp:html
/wp:html

କ୍ରିକେଟ୍‌ ଖେଳାଳି ଟିମ୍ ବସ୍ ବ୍ୟତୀତ ହୋଟେଲ୍‌ରେ ମଧ୍ୟ ହୋଲି ଉତ୍ସବ ଖୁବ୍ ପାଳନ କରିଛନ୍ତି। ଓ୍ଵିକେଟ୍ କିପର ଇଶାନ କିଷନ ହୋଲି ଖେଳିବାର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ତାଙ୍କ ସହିତ ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ, ଚେତେଶ୍ଵର ପୂଜାରା, ଅକ୍ଷର ପଟେଲ୍ ଏବଂ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିଛି। ସମସ୍ତ ଖେଳାଳି ସୁଖିଲା ରଙ୍ଗରେ ହୋଲି ଖେଳିଛନ୍ତି। ଉଲ୍ଲେଖନୀୟ ଭାରତ ଅଷ୍ଟ୍ରେଲିଆ ବିପକ୍ଷ  ଟେଷ୍ଟ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଭାରତୀୟ ଦଳର ନଜର ଅହମ୍ମଦାବାଦରେ ମ୍ୟାଚ୍ ଜିତି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପ୍ରବେଶ କରିବା ଉପରେ ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ଶୃଙ୍ଖଳା ବରାବର କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.