ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

19/02/2023 at 5:42 PM

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ମ୍ୟାଚ୍ ସହ ଦିନିକିଆ  ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାତୀୟ ଚୟନକର୍ତ୍ତା ରବିବାର ଏହି ଦଳ ଘୋଷଣା କରିଛନ୍ତି।  ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡିଥିବା ଜୟଦେବ ଉନାଦକତଙ୍କୁ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ସାମିଲ୍ କରାଯାଇଛି।ନଚେତ୍ ଶେଷ ଦୁଇ ଟେଷ୍ଟ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ।  ତେବେ ଘୋଷିତ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ଦୀର୍ଘ ସମୟ ପରେ ଦିନିକିଆ ଦଳକୁ କୁଦଲୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଯୋଡି ଫେରିଛନ୍ତି। ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରେ କେଏଲ ରାହୁଲ ନିଜର ସ୍ଥାନ ବଜାୟ ରଖିଛନ୍ତି।

ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ଵରେ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଦଳ ଶୃଙ୍ଖଳାକୁ ୪-୦ରେ ଜିତିବାକୁ ଲକ୍ଷ୍ୟ ରଖିଛି। ତେବେ ଦ୍ଵିତୀୟ ଟେଷ୍ଟରେ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ବାଦ୍ ଦିଆଯାଇଥିଲା। କାରଣ ସେ ରଣଜୀ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯାଇଥିଲେ। ଆଉ ଏବେ ଜୟଦେବ ଉନାଦକତଙ୍କ ସୌରାଷ୍ଟ୍ର ଦଳ ରଣଜୀ ଟ୍ରଫିର ଫାଇନାଲ୍ ମୁକାବିଲା ଜିତି ଚାମ୍ପିଅନ ହୋଇଛି। ତେଣୁ ସେ ପୁଣି ଥରେ ଭାରତୀୟ ଦଳ ସହ  ଯୋଗ ଦେଇଛନ୍ତି।  

ପାରିବାରିକ ସମସ୍ୟା କାରଣରୁ ରୋହିତ ଶର୍ମାଙ୍କୁ ପ୍ରଥମ ଦିନିକିଆରେ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ଵ ନେବେ। ତେବେ ଦୀର୍ଘ ସମୟ ପରେ ଦିନିକିଆ ଦଳରେ କୁଲଚା ଯୋଡିଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଘୋଷିତ ୧୮ ଜଣିଆ ଦଳରେ ସ୍ଥାନ ମିଳିଛି। ତେବେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳୁଛି କି ନାହିଁ ତାହା ମ୍ୟାଚ୍ ଦିନ ଜଣା ପଡିବ।

ଶେଷ ଦୁଇ ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, କେଏସ ଭରତ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକତ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଏସ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଇଶାନ କିଷନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲିକ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ୍, ଜୟଦେବ ଉନାଦକତ।

   Related Posts