ଏସିଆ କପ୍ ଲାଗି ଘୋଷଣା ହେଲା ୱମେନ୍ ଟିମ୍ ଇଣ୍ଡିଆ, BCCI ଜାରି କଲେ ସ୍କ୍ୱାଡ୍
2/06/2023 at 2:05 PM

ମୁମ୍ବାଇ ୨।୬: ଏସିଆ କପ୍ ୨୦୨୩ର ଭେନ୍ୟୁକୁ ନେଇ ବିବାଦ ଜାରିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ଯେ କେହିବି ଚମକିବା ସ୍ୱଭାବିକ। କାରଣ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଟିମ୍ ଘୋଷଣା କରିଛନ୍ତି। ଏଥି ଲାଗି ୧୪ ସଦସୀୟ ମୁଖ୍ୟ ସ୍କ୍ୱାଡ୍ କୁ ଚୟନ କରାଯାଇଛି। ଏହା ଛଡା ବିସିସିଆଇ ଦ୍ୱାରା ଜାରି ରିଲିଜରେ ଏହାର ତାରିଖ ମଧ୍ୟ ଘୋଷଣା ହୋଇଛି।
ଭାରତୀୟ ଟିମ୍ ଲିଗ୍ ଷ୍ଟେଜ୍ରେ ୩ଟି ମ୍ୟାଚ୍ ଖେଳିବ। ଯେଉଁଥିରୁ ଗୋଟିଏ ମ୍ୟାଚ୍ ପାକିସ୍ତାନ ବିରୋଧରେ ମଧ୍ୟ ଖେଳାଯିବ। ତେବେ ବିସିସିଆଇ ଏହି ସ୍କ୍ୱାଡ୍ ପୁରୁଷ ଏସିୟା କପ୍ ନିମନ୍ତେ ଜାରି କରି ନାହାନ୍ତି। ବୋର୍ଡ ୱମେନ୍ ଏମର୍ଜିଂ ଏସିୟା କପ ଲାଗି ଇଣ୍ଡିଆ ‘ଏ’ ସ୍କ୍ୱାଡ୍ ଓ ଏହାର ମ୍ୟାଚ୍ ସିଡ୍ୟୁଲ ଜାରି କରିଛନ୍ତି। ଏଥି ଲାଗି ଟିମ୍ରେ ୧୪ ଖେଳାଳିଙ୍କୁ ସ୍ଥାନ ଦେଇଛି। ଭାରତୀୟ ଟିମ୍ ଜୁନ ୧୩ ତାରିଖରୁ ଅଭିଯାନ ଆରମ୍ଭ କରିବ। ଏହି ସମୟରେ ଟିମ୍ ଜୁନ ୧୭ ତାରିଖରେ ପାକିସ୍ତାନ ବିପକ୍ଷରେ ମଧ୍ୟ ଖେଳିବ।
🚨 NEWS 🚨: BCCI announces India ‘A’ (Emerging) squad for ACC Emerging Women’s Asia Cup 2023. #WomensEmergingTeamsAsiaCup #ACC
— BCCI Women (@BCCIWomen) June 2, 2023
More Details 🔽https://t.co/Xffh1IW5JJ
ଟିମ୍ ଇଣ୍ଡିଆ ସ୍କ୍ୱାଡରେ ଶ୍ୱେତା ସେହରାବତ (ଅଧିନାୟକ),ସୌମ୍ୟା ତିୱାରୀ (ଉପ ଅଧିନାୟକ), ତୃଷା ଗୋଙ୍ଗଡୀ, ମୁସ୍କାନ ମଲ୍ଲିକ, ଶ୍ରେୟଙ୍କା ପାଟିଲ, କନିକା ଆହୁଜା, ଉମା କ୍ଷେତ୍ରୀ (ୱିକେଟ୍ କିପର), ମମତା ମଦିୱାଲା (ୱିକେଟ କିପର), ତିତାସ ସନ୍ଧୁ, ୟଶଶ୍ରୀ ଏସ୍, କାଶଭୀ ଗୌତମ, ପାର୍ଶ୍ୱୀ ଚୋପ୍ରା, ମନ୍ନତ କଶ୍ୟପ ଓ ବି.ଅନୁଷା ଅଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟ ହଂକଂରେ ଖେଳାଯିବ। ଏଣୁ ଟିମ୍ ମାନଙ୍କୁ ଦୁଇଟି ଗ୍ରୁପ୍ ଏ ଓ ବିରେ ରଖା ଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଟିମ୍ ଅଛନ୍ତି। ଗ୍ରୁପ ବିରେ ବାଂଲାଦେଶ ଏ, ଶ୍ରୀଲଙ୍କା ଏ, ମାଲେଶିୟା ଏ ଓ ୟୁଏଇ ଏ ଟିମ୍ଙ୍କୁ ରଖା ଯାଇଛି। ଜୁନ ୧୨ରୁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ ୨୧ ତାରିଖ ଦିନ ଫାଇନାଲ ଖେଳାଯିବ।