suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Asia Cup Final: ମହମ୍ମଦ ସିରାଜଙ୍କ ଝଡ଼ରେ ବହିଗଲା ଶ୍ରୀଲଙ୍କା, ୫୦ ରନରେ ଅଲଆଉଟ୍

17/09/2023 at 5:15 PM

କଲୋମ୍ଵୋ: କୌଣସି କ୍ରିକେଟ୍ ପ୍ରେମୀ ଚିନ୍ତା କରି ନ ଥିବେ ଯେ ଏସିଆ କପ୍ ୨୦୨୩ର ଫାଇନାଲ୍ ମୁକାବିଲା ଏହିପରି ରହିବ। ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ଘରୋଇ ଶ୍ରୀଲଙ୍କା ୧୫.୨ ଓଭରରେ ୫୦ ରନରେ ଅଲଆଉଟ୍ ହୋଇଛି। ଦିନିକିଆ କ୍ରିକେଟ୍ ଇତିହାସରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ଦ୍ଵିତୀୟ ସ୍କୋର। ଦିନିକିଆରେ ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର ହେଉଛି ୪୩। ଦଳ ୨୦୧୨ ଜାନୁଆରୀ ୧୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ୍ ହୋଇଥିଲା। ଆଉ ଆଜିର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କା ୫୦ ରନରେ ଅଲଆଉଟ୍ ହୋଇଛି।  ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ରେ  ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିବ କୌଣସି କ୍ରିକେଟ୍ ପ୍ରେମୀ ଭାବିନ ଥିଲେ। ଦଳର ସ୍ଥିତି ଏମିତି ଥିଲା ଯେ ୧୨ ରନ ଭିତରେ ୬ଟି ଓ୍ଵିକେଟ୍ ହରାଇଥିଲା। ଆଉ ୫ ବ୍ୟାଟର ଖାତା ଖୋଲି ପାରି ନାହାନ୍ତି।  କୁଶଳ ମେଣ୍ଡିସ ୧୭ ରନ ଓ ଦୁଶନ ହେମନ୍ତା ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। ମହମ୍ମଦ ସିରାଜ ଦିନିକିଆରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ୨୧ ରନ ଦେଇ ୬ଟି ଓ୍ଵିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ ଦେଇ ୩ଟି ସଫଳତା ପାଇଛନ୍ତି।

Image
BCCI

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ସ୍ଵପ୍ନରେ ସୁଦ୍ଧା ଭାବି ନ ଥିବ ଯେ ଆଜିର ଦିନଟି ସେମାନଙ୍କ ପାଇଁ ଏମିତି ରହିବ। ଦଳ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଲା ଯେ, ଆଉ ଉଠି ପାରି ନ ଥିଲ। ଦଳୀୟ ସ୍କୋର ୧ ରନରେ କୁଶଲ ପେରେରା(୦) ବୁମରାଙ୍କ ଶିକାର ହୋଇଥିଲେ। ଏହା ପରେ ମହମ୍ମଦ ସିରାଜଙ୍କ ଝଡ଼ରେ ବୋହିଥିଲା ଶ୍ରୀଲଙ୍କା। ପଥୁନ ନିଶଙ୍କା(୨), ସଦିରା ବିକ୍ରମା(୦), ଚରିଥ ଅସଲଙ୍କା(୦), ଧନଞ୍ଜୟ ଡି ସିଲଭା(୪) ଓ ଦସୁନ ଶନାଙ୍କା(୦) ସିରାଜଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ପାଭିଲିୟନ ଫେରିଥିଲେ। ଇନିଂସର ଚତୁର୍ଥ ଓଭରରେ ହିଁ ମହମ୍ମଦ ସିରାଜ ୪ ବ୍ୟାଟରଙ୍କୁ ଆଉଟ୍ କରି ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଏହିପରି ୧୨ ରନରେ ୬ ଓ୍ଵିକେଟ୍ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।  କୁଶଲ ମେଣ୍ଡିସ କିଛି ସମୟ କ୍ରିଜରେ ତିଷ୍ଠିବାକୁ ଚେଷ୍ଟା କରିଥିଲେ ହେଁ ସିରାଜଙ୍କ ବଲରେ ବୋଲ୍ଡ ହୋଇଥିଲେ। ସେ ୧୭ ରନ କରି ଆଉଟ୍ ହୋଇଥିଲେ। ଦୁନିଥ ଓ୍ଵେଲଲାଗେ(୮)  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଶେଷ ୨ଟି ଓ୍ଵିକେଟ୍ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ ସ୍କୋରରେ ଶ୍ରୀଲଙ୍କାର ଇନିଂସର ଅନ୍ତ ଘଟାଇଥିଲେ।

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ନିଜର ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୧ ରନ ଦେଇ ୬ଟି ସଫଳତା ପାଇଛନ୍ତି। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ ଦେଇ ୩ଟି ଓ୍ଵିକେଟ୍ ଓ ଯଶପ୍ରୀତ ବୁମରା ୨୩ ରନରେ ଗୋଟିଏ ଓ୍ଵିକେଟ୍ ପାଇଛନ୍ତି। ଦ୍ରୁତ ବୋଲର ହିଁ ସମସ୍ତ ଓ୍ଵିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ।

   Related Posts