oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବିରାଟ ଓ ଟିମ୍‌ଙ୍କ ଲାଗି challenging ହେବ 2020, ଜାଣନ୍ତୁ ଚଳିତବର୍ଷ ଟିମ୍ ଇଣ୍ଡିଆକୁ କେବେ, କେଉଁଠି ଓ କାହା ସହ ଖେଳିବାକୁ ହେବ ମ୍ୟାଚ୍

2/01/2020 at 5:51 PM

ନୂଆଦିଲ୍ଲୀ ୨।୧:  ଟିମ୍ ଇଣ୍ଡିଆ ଲାଗି ୨୦୧୯ ବର୍ଷଟି ବେଶ୍ ଭଲରେ କଟିଛି। ୱାର୍ଲଡ କପ୍‌ ସେମିଫାଇନାଲ ମ୍ୟାଚ୍‌କୁ ବାଦ ଦେଲେ ଅନ୍ୟ ସିରିଜମାନଙ୍କରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବେଶ୍ ଭଲ ଥିଲା। ଏହି ବର୍ଷ ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳି ବିଜୟୀ ହୋଇଥିଲା। ତେବେ ୨୦୨୦ରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ସାଉଥ ଆଫ୍ରିକା, ଜିମ୍ବାୱେ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ମ୍ୟାଚ୍ ଖେଳିବାକୁ ହେବ। ଏହା ଛଡା ଟିମ୍ ଇଣ୍ଡିଆକୁ  ଘରୋଇ ସିରିଜ୍ ବି ଖେଳିବାକୁ ପଡିବ। ଏ ସବୁ ବାଦେ ଟି-୨୦ ୱାର୍ଲଡ କପ୍ ବି ଖେଳିବେ ଭାରତୀୟ ଟିମ୍‌। ଏହି ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଖେଳାଯିବ। ତେବା ଆସନ୍ତୁ ନଜର ପକାଇବା ୨୦୨୦ରେ ଟିମ୍ ଇଣ୍ଡିଆ  କେବେ କେଉଁଠି କ୍ରିକେଟ୍ ମ୍ୟାଚ୍‌ ଖେଳିବ।

ଟିମ୍ ଇଣ୍ଡିଆର 2020 ପୁରା ସିଡ୍ୟୁଲ
୫ରୁ ୧୦ ଜାନୁୟାରୀ : ଶ୍ରୀଲଙ୍କା ବିପକ୍ଷରେ ୩ ଟିକିଆ ଟି-୨୦ ଘରୋଇ ସିରିଜ୍। ଏତିରୁ ପ୍ରଥମ ମ୍ୟାଚ୍‌ଟି ଗୌହାଟୀରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟଟି ଇନ୍ଦୋରରେ ଜାନୁୟାରୀ ୭ ତାରିଖ ଦିନ ଖେଳାଯିବ। ସେହିପରି ଚୂଡାନ୍ତ ମ୍ୟାଚ୍ ୧୦ ତାରିଖ ଦିନ ପୁଣେ ଏମସିଏ ଷ୍ଟାଡିୟମରେ ଖେଳାଯିବ।

ଅଷ୍ଟ୍ରେଲିଆର ଇଣ୍ଡିଆ ଟୁର (୧୪ରୁ ୧୯ ଜାନୁୟାରୀ)
୩ ଟିକିଆ ଘରୋଇ ୱାନଡେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ୱାଂଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ଜାନୁୟାରୀ ୧୭ ତାରିଖ ଦିନ ରାଜକୋଟରେ ଖେଳାଯିବ। !୯ ତାରିଖ ଦିନ ବେଙ୍ଗାଲୁରରେ ତୃତୀୟ ତଥା ଚୂଡାନ୍ତ ମ୍ୟାଚ୍‌ ଅନୁଷ୍ଠିତ ହେବ।   

ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ ଟୁର ( ଜାନୁୟାରୀ ୨୪ରୁ ମାର୍ଚ୍ଚ ୪ )
ଘରୋଇ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଭ୍ରମଣରେ ବାହାରିବ। ୨୪ ଜାନୁୟାରୀରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଗସ୍ତ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ କ୍ରିକେଟର ସବୁଫର୍ମାଟ୍‌ରେ ଖେଳିବ। ଯେଉଁଥିରେ ୫ଟି ଟି-୨୦, ୩ଟି ୱାନଡେ ଓ ୨ଟି ଟେଷ୍ଟମ୍ୟାଚ୍ ଅନୁଷ୍ଠିତ ହେବ।

ଏଥିରୁ ପ୍ରଥମ ଟି-୨୦ ମ୍ୟାଚ୍‌ ଅକଲ୍ୟାଣ୍ଡରେ ଜାନୁୟାରୀ ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୬ ତାରିଖରେ ଖେଳାଯିବ ଦ୍ୱିତୀୟ ଟି-୨୦। ହାମିଲ୍ଟନ ସେଡନ ପାର୍କରେ ୨୯ ତାରିଖ ଦିନ ତୃତୀୟ ଟି-୨୦ ଖେଳାଯିବାକୁ ଥିବା ବେଳେ ୩୧ତାରିଖରେ  ୱିଲିଂଟନ୍‌ରେ ଚତୁର୍ଥ ଟି-୨୦ ଅନୁଷ୍ଠିତ ହେବ। ସେହିପରି ଶେଷ ତଥା ଚୂଡାନ୍ତ ଟି-୨୦ ମ୍ୟାଚ୍ ଫେବୃଆରୀ ୨ ତାରିଖ ଦିନ ମାଉଣ୍ଟ ମୁଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଖେଳାଯିବ ବୋଲି ଅନୁସୂଚିତ ହୋଇଛି।

ଫେବୃଆରୀ ୫ରୁ ଏକଦିବସୀୟ ସିରିଜ ଆରମ୍ଭ ହେବ। ହାମିଲ୍ଟନରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୮ ତାରିଖ ଦିନ ଅକଲ୍ୟାଣ୍ଡରେ ଦ୍ୱିତୀୟ  ଓ ଫେବୃଆରୀ ୧୧ ତାରିଖ ଦିନ ତୃତୀୟ ତଥା ଚୂଡାନ୍ତ ଏକଦିବସୀ ମାଉଣ୍ଟ ମୁଙ୍ଗାନୁଇରେ ଅନୁଷ୍ଠିତ ହେବ। ଏକ ଦିବସୀୟ ପରେ ନ୍ୟୁଜିଲ୍ୟାଣ୍ଡ ସହ ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଫେବୃଆରୀ ୨୧ ତାରିଖ ଦିନ ୱିଲିଂଟନ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବାକୁ ଥିବା ବେଳେ ଫେବୃଆରୀ ୨୯ ତାରିଖ ଦିନ କ୍ରିଷ୍ଟ ଚର୍ଚରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।

ଦକ୍ଷିଣ ଆଫ୍ରିକାର ଇଣ୍ଡିଆର ଟୁର (୧୨-୧୮ ମାର୍ଚ୍ଚ)
ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଫେରିବା ପରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ଗସ୍ତରେ ଆସିବେ। ଏହିଗସ୍ତକାଳରେ ଭ୍ରମଣକାରୀ ଦଳ ୩ଟି ୱାନଡେ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଥିରୁପ୍ରଥମ ମ୍ୟାଚ୍‌ଟି ମାର୍ଚ୍ଚ ୧୨ ତାରିଖ ଦିନ ଧର୍ମଶାଳାରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ୧୫ ତାରିଖ ଦିନଲକ୍ଷ୍ନୌରେ  ଖେଳାଯିବ। ସେହିପରି ଶେଷ ମ୍ୟାଚ୍‌ଟି ମାର୍ଚ୍ଚ ୧୮ ତାରିଖ ଦିନ କୋଲକାତାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବ ଭାରତ
ଭାରତର ଶ୍ରୀଲଙ୍କା ଗସ୍ତ ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନି। ତେବେ ଗସ୍ତ କାର୍ଯ୍ୟସୂଚୀ ଚୂଡାନ୍ତ ହେଲେ ଶ୍ରୀଲଙ୍କା ସହ ୩ଟି ୱାନଡେ ଓ ଟି-୨୦ ସିରିଜ୍ ଖେଳାଯିବ।

ଏସିଆ କପ୍ (ସେପ୍ଟେମ୍ବର)
ଆସନ୍ତା ସେପ୍ଚେମ୍ବର ମାସରେ ଏସିଆ କପ୍ ଅନୁସୂଚିତ ହୋଇଛି। ତେବେ କେଉଁଠି ଖେଳାଯିବ ତାହା ଚୂଡାନ୍ତ ହୋଇନାହିଁ।

ଇଂଲଣ୍ଡର ଇଣ୍ଡିଆ ଟୁର (ସେପ୍ଟେମ୍ବର-ଅକ୍ଟୋବର୨୦୨୦)
ନଭେମ୍ବରରେ ଆଇସିସି ଟି-୨୦ ୱାର୍ଲଡ କପ୍ ପୂର୍ବରୁ ଇଂଲଣ୍ଡର ଇଣ୍ଡିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। ଯଦି ଏହି ଗସ୍ତ ଚୂଡାନ୍ତ ହୁଏ ତେବେ ଏଠାରେ କିଛି ସିମିତ ଓଭର ମ୍ୟାଚ୍ ଖେଳାଯିବ ବୋଲି ଅନୁମାନ କରାଯାଉଛି।

ଆଇସିସି ଟି-୨୦ ୱାର୍ଲଡ କପ୍ ( ଅକ୍ଟୋବର-ନଭେମ୍ବର ୨୦୨୦)
ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପୂର୍ବରୁ କହି ରଖିଛନ୍ତି ଆଇସିସି ଟାଇଟଲ ଜିତିବା ଏକ ଝୁଙ୍କ। ଏହା ଟିମ୍ ଇଣ୍ଡିଆ ଲାଗି ଆଉ ଏକ ସଟ୍ ହେବ।

ଇଣ୍ଡିଆର ଅଷ୍ଟ୍ରେଲିଆ ଟୁର ( ନଭେମ୍ବର-ଡିସେମ୍ବର ୨୦୨୦)
ଆଇସିସି ଟି-୨୦ ୱାର୍ଲଡ କପ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଅବସ୍ଥାନ କରି। ଏହି ସମୟରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଭ୍ରମଣକାରୀ ଟିମ୍ ଇଣ୍ଡିଆ ୩ଟି ୱାନଡେ ଓ ୪ଟି ଟେଷ୍ଟମ୍ୟାଚ୍ ଖେଳିବ।

   Related Posts