ପାକିସ୍ତାନରେ ହେବ ଐତିହାସିକ ଟି-ଟ୍ୱେଣ୍ଟି ସିରିଜ୍; ଦୀର୍ଘ ୧୭ ପରେ ପାକିସ୍ତାନରେ ପହଞ୍ଚିଲା ଇଂଲଣ୍ଡ ଟିମ୍
15/09/2022 at 7:44 PM

ନ୍ୟୁଜିଲାଣ୍ଡ: ଆଗାମୀ ଟି -୨୦ ସିରିଜ୍ ଖେଳିବାକୁ କରାଚିରେ ପହଞ୍ଚିଲେ ଇଂଲଣ୍ଡର ୧୯ ଜଣିଆ କ୍ରିକେଟ୍ ଦଳ। ଦୀର୍ଘ ୧୭ ବର୍ଷ ପରେ ଇଂଲଣ୍ଡର କ୍ରିକେଟରମାନେ ଟି୨୦ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ପହଞ୍ଚିଛନ୍ତି। ଏହା ପୂର୍ବରୁ ୨୦୦୫ ରେ ଶେଷ ଥର ପାଇଁ ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ କ୍ରିକେଟରମାନେ ପାକିସ୍ତାନ ଆସିଥିଲେ। ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ୍ରେ ୭ଟି ମ୍ୟାଚ୍ ଖେଳିବ ବୋଲି ଜଣାପଡ଼ିଛି। ଟି – ୨୦ ୱାର୍ଲଡ କପ୍ ପୂର୍ବରୁ ଇଂଲଣ୍ଡ ପାକିସ୍ତାନରେ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା।
ପୂର୍ବ ଯୋଜନା ଅନୁସାରେ ଅଧିନାୟକ ଜୋସ ବଟ୍ଲର ଟିମ୍ ସହିତ କରାଚି ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ। କରାଚି ଏବଂ ଲାହୋରରେ ହେବାକୁ ଥିବା ଟି୨୦ ମ୍ୟାଚ୍ରେ ଏହି ଟିମ୍ ଖେଳିବ।
Welcome to Pakistan, @englandcricket 🙌
— Pakistan Cricket (@TheRealPCB) September 15, 2022
Show your excitement for the upcoming T20I series with an emoji 👇#PAKvENG pic.twitter.com/HxzBIDM0rw
ଖେଳାଳିମାନେ ବୋର୍ଡିଂ ଭ୍ୟାନ୍ ସହିତ ବିମାନ ବନ୍ଦରରୁ ବାହାରିବା ପରେ ହୋଟେଲ୍କୁ ଯାଇଥିଲେ। ୨୦୦୫ରେ ଶେଷଥର ପାଇଁ ଇଂଲଣ୍ଡ ପକିସ୍ତାନରେ ଖେଳିଥିଲା। ଗତକିଛି ଦିନ ପୂର୍ବରୁ ଇଂଲଣ୍ଡର କିଛି ଖେଳାଳିମାନେ ପାକିସ୍ତାନରେ ଟି୨୦ ସିରିଜ୍ ଓ ପାକିସ୍ତାନ ପ୍ରିମିୟର ଲିଗ୍ (ପିପିଏଲ) ଖେଳିଥିଲେ।
ଖେଳାଳିମାନଙ୍କ ପାଇଁ ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କ୍ରିକେଟର ଥିବା ବସ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ବିମାନ ବନ୍ଦରରୁ କରାଚିରେ ଏକ ହୋଟେଲକୁ ନିଆଯାଇଥିଲା। ସେପ୍ଟେମ୍ୱର ୨୫ ପର୍ଯ୍ୟନ୍ତ କ୍ରିକେଟରମାନେ ସେଠାରେ ରହିବେ ବୋଲି ଜଣା ପଡ଼ିଛି।
ସୂଚନାଥାଉକି, ୨୦୨୧ରେ ଇଂଲଣ୍ଡ ଟିମ୍ ପାକିସ୍ତାନରେ ଖେଳିବାକୁ ସ୍ଥିର ହୋଇଥିଲା, କିନ୍ତୁ ସୁରକ୍ଷାଗତ କାରଣ ପାଇଁ ଟି୍ମ୍ର ଗସ୍ତର ୧୧ ଘଣ୍ଟା ପୂର୍ବରୁ ଇସିବି (ଇଂଲଣ୍ଡ କ୍ରିକେଟ୍ ବୋର୍ଡ) ଏହାକୁ ବାତିଲ୍ କରିଥିଲା। ଇସିବିର ଏପରି ନିଷ୍ପତ୍ତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ରହିମ୍ ରାଜା ଅସନ୍ତୋଷ ବ୍ୟକ୍ତ କରିଥିଲେ। କିନ୍ତୁ ଉଭୟ କ୍ରିକେଟ୍ ବୋର୍ଡ ଏହି ମ୍ୟାଚକୁ ପୁଣି ଚଳିତ ବର୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।