ଦଲୀପ ଟ୍ରଫିର ଦ୍ଵିତୀୟ ରାଉଣ୍ଡ ପାଇଁ ଦଳ ଘୋଷଣା, ଜୟସ୍ଵାଲ-ଗିଲ୍‌ଙ୍କ ସ୍ଥାନ ନେଲେ ଏହି ଖେଳାଳି

Published By : Prameya-News7 Bureau | September 10, 2024 IST

livehindustan

ନୂଆଦିଲ୍ଲୀ: ଦଲୀପ ଟ୍ରଫି ୨୦୨୪-୨୫ର ଦ୍ଵିତୀୟ ରାଉଣ୍ଡ ପାଇଁ ଦଳରେ କିଛି ପରିବର୍ତ୍ତନ କରିଛନ୍ତି ଚୟନକର୍ତ୍ତା। ଦ୍ଵିତୀୟ ରାଉଣ୍ଡ ସେପ୍ଟେମ୍ବର ୧୨ ତାରିଖରେ ଅନନ୍ତପୁରରେ ଆରମ୍ଭ ହେବ। ଇଣ୍ଡିଆ ଏର ଅଧିନାୟକ ଶୁଭମନ ଗିଲ୍, କେଏଲ ରାହୁଲ, ଧ୍ରୁବ ଜୁରେଲ, କୁଲଦୀପ ଯାଦବ ଓ ଆକାଶଦୀପଙ୍କୁ ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରଥମ ଟେଷ୍ଟ ପାଇଁ ଦଳରେ ଚୟନ କରାଯାଇଛି। ଏହି ସବୁ ଖେଳାଳି ଦଲୀପ ଟ୍ରଫିର ଦ୍ଵିତୀୟ ରାଉଣ୍ଡରେ ଯୋଗ ଦେଇ ପାରିବେ ନାହିଁ। 

ଇଣ୍ଡିଆ ଏରେ ଶୁଭମନଙ୍କ ସ୍ଥାନରେ ପ୍ରଥମ ସିଂ, କେଏଲ ରାହୁଲଙ୍କ ବଦଳରେ ଅକ୍ଷୟ ଓ୍ଵାଡକର, ଧ୍ରୁବ  ଜୁରେଲଙ୍କ ସ୍ଥାନରେ ଏସକେ ରଶିଦ, କୁଲଦୀପ ଯାଦବଙ୍କ ସ୍ଥାନରେ ଶମ୍ସ ମୁଲାନି ଏବଂ ଆକାଶଦୀପଙ୍କ ସ୍ଥାନରେ ଆକିବ ଖାନଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ମୟଙ୍କ ଅଗ୍ରଓ୍ଵାଲ ଇଣ୍ଡିଆ ଏର ନେତୃତ୍ଵ ନେବେ।

ଇଣ୍ଡିଆ ଏ: ମୟଙ୍କ ଅଗ୍ରଓ୍ଵାଲ(ଅଧିନାୟକ), ରିୟାନ ପରାଗ, ତିଳକ ବର୍ମା, ଶିବମ ଦୁବେ, ତନୁଷ  କୋଟିୟନ, ପ୍ରସିଦ୍ଧ କ୍ରିଷ୍ଣା, ଖଲିଲ ଅହମ୍ମଦ, ଅଭେଶ ଖାନ, କୁମାର କୁଶାଗ୍ରା, ଶାଶ୍ଵତ  ରାଓ୍ଵତ, ପ୍ରଥମ ସିଂ, ଅକ୍ଷୟ ଓ୍ଵାଡକର, ଏସକେ ରଶିଦ, ଶମ୍ସ ମୁଲାନୀ, ଆକିବ ଖାନ।

ଇଣ୍ଡିଆ ବିରୁ ଯଶସ୍ଵୀ ଜୟସ୍ଵାଲ, ଋଷଭ ପନ୍ତଙ୍କୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଇଣ୍ଡିଆରେ ଯଶସ୍ଵୀଙ୍କ ସ୍ଥାନରେ ସୁୟଶ ପ୍ରଭୁଦେଶାଇ ଏବଂ ଋଷଭ ପନ୍ତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ସାମିଲ କରାଯାଇଛି। ୟଶ ଦୟାଲ ଓ ସରଫରାଜ ଖାନଙ୍କୁ ମଧ୍ୟ ଟେଷ୍ଟ ଦଳରେ ସୁଯୋଗ ମିଳିଛି। ତେବେ ଏହି ଦୁଇ ଖେଳାଳି ଦଲୀପ  ଟ୍ରଫିର ଦ୍ଵିତୀୟ ରାଉଣ୍ଡରେ ଖେଳିବେ। 

ଇଣ୍ଡିଆ ବି: ଅଭିମନ୍ୟୁ ଈଶ୍ଵରନ(ଅଧିନାୟକ), ସରଫରାଜ ଖାନ, ମୁଶୀର ଖାନ, ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର, ନବଦୀପ ସାଇନି, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅବସ୍ଥି, ଏନ ଜଗଦୀଶନ, ସୁୟଶ ପ୍ରଭୁଦେଶାଇ, ରିଙ୍କୁ ସିଂ, ହିମାଂଶୁ ମନ୍ତ୍ରୀ। 

ଇଣ୍ଡିଆ ଡିରୁ ଅକ୍ଷର ପଟେଲ୍ ଭାରତୀୟ ଦଳରେ ସ୍ଥାନ ମିଳିଛି। ଏବେ ଇଣ୍ଡିଆ ଡିରେ ନିଶାନ୍ତ ସିଦ୍ଧୁ ତାଙ୍କ ସ୍ଥାନ ନେବେ। ଆହତ କାରଣରୁ ତୁଷାର ଦେଶପାଣ୍ଡେ ଦ୍ଵିତୀୟ ରାଉଣ୍ଡ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ବିଦବତ କଓ୍ଵେରପ୍ପାଙ୍କୁ ଇଣ୍ଡିଆ ଡିରେ ସାମିଲ କରାଯାଇଛି।

ଇଣ୍ଡିଆ ଡି: ଶ୍ରେୟସ ଆୟର(ଅଧିନାୟକ), ଅଥର୍ବ ତାଇଡେ, ୟଶ ଦୁବେ, ଦେବଦତ୍ତ ପାଡିକଲ, ରିକି ଭୁଇ, ସାରଂଶ ଜୈନ, ଅର୍ଶଦୀପ ସିଂ, ଆଦିତ୍ୟ ଥକାରେ, ହର୍ଷିତ ରାଣା, ଆକାଶ ସେନଗୁପ୍ତା, କେଏସ ଭରତ, ସୌରଭ କୁମାର, ସଞ୍ଜୁ ସାମସନ, ନିଶାନ୍ତ ସିନ୍ଧୁ, ଦିବଦତ୍ତ କଓ୍ଵରେପ୍ପା। 

ଇଣ୍ଡିଆରେ ସିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.