ମାସ ମାସ ଧରି ELରେ ଥିବା ଶିକ୍ଷୟିତ୍ରୀଙ୍କୁ ମିଳୁଛି ପ୍ରତି ମାସରେ ଦରମା, ଶିକ୍ଷା ବିଭାଗର ଏତେ ଅନୁକମ୍ପା କାହିଁକି ?

Published By : Prameya-News7 Bureau | September 24, 2022 IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗରେ ଚାଲିଛି ଅଜବ ନୀତି l ଯେଉଁଠି ସରକାରୀ ନିୟମର ଖୋଲା ଖୋଲି ଉଲଂଘନ ହେଉଛି l ଯେଉଁମାନେ ମାସ ମାସ E.L ଛୁଟିରେ ଘରେ ରହିଛନ୍ତି, ସେହି ଶିକ୍ଷୟିତ୍ରୀଙ୍କୁ ଶିକ୍ଷା ବିଭାଗର ଅନୁକମ୍ପା ଦେଖାଇ ଦରମା ଦେଉଛନ୍ତି। ଏତେ ଅନୁକମ୍ପା ପଛରେ କାରଣ କଣ ? ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି। l ଏଭଳି ଅନୁକମ୍ପା ପାଇଁ  ଜିଲ୍ଲା ଶିକ୍ଷା ବିଭାଗ ବାରମ୍ବାର ଚର୍ଚ୍ଚାରେ ରହି ଆସୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମେଣ୍ଟ୍ରି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ଗ୍ରାମର  ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଚାନ୍ଦ। ଗ୍ରୀଷ୍ମ କାଳୀନ ଛୁଟି ପରେ ଗତ ଜୁନ ୧୭ରୁ ସ୍କୁଲ ଖୋଲିଥିଲା। କିନ୍ତୁ ସ୍କୁଲ ଖୋଲିବା ଦିନଠାରୁ ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟର ପିଣ୍ଡା ମାଡ଼ି ନାହାନ୍ତି। ନିଜ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦର୍ଶାଇ କ୍ରୀଡା ଶିକ୍ଷୟିତ୍ରୀ ଜଣକ ଗତ ଜୁନ ମାସରେ ପୋଷ୍ଟାଲରେ ଇ.ଏଲ ପାଇଁ ମେଣ୍ଟ୍ରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇଥିଲେ।

{"id":688136,"sizeSlug":"full","linkDestination":"none"}

ଏହିଭଳି ଗତ ଜୁନ ମାସରୁ ଚଳିତ ମାସ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ଥର ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ନିଜ ସ୍ଵାସ୍ଥ୍ୟର ଦ୍ଵାହି ଦେଇ ପୋଷ୍ଟାଲ ମାଧ୍ୟମରେ ଇଏଲ ପାଇଁ ଦରଖାସ୍ତ କରିଛନ୍ତି। ଏହି ବିଷୟରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜାଣି ମଧ୍ୟ ଶିକ୍ଷୟତ୍ରୀଙ୍କୁ ୩ ମାସ ହେବ ଅନୁକମ୍ପା ଦେଖାଇ ଆସୁଛନ୍ତି l ଏହାର ଫଳସ୍ୱରୂପ ଶିକ୍ଷୟିତ୍ରୀ ଜଣକ ଇଏଲ ରେ ଥିବା ସତ୍ୱେ ଜୁନ,ଜୁଲାଇ ଓ ଅଗଷ୍ଟ ଏହି ୩ ମାସର ଦରମା ପାଇଛନ୍ତି ଶିକ୍ଷୟିତ୍ରୀ। ଜିଲ୍ଲା ଶିକ୍ଷା ବିଭାଗକୁ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇଥିବା ବେଳେ ଶିକ୍ଷୟିତ୍ରୀ ଜଣକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଶାଶୁ ଘର ଲୋକ ନିର୍ଯ୍ୟାତନା  ଦେଉଥିବା ଏବଂ ସ୍ୱାମୀ ମଧ୍ୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା କାରଣରୁ ଶିକ୍ଷୟିତ୍ରୀଙ୍କୁ ତାଙ୍କ ବାପ ଘର ଭଦ୍ରକକୁ ବଦଳି କରିବା ପାଇଁ ନିବେଦନ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ଦୁଇଟି ଚରିତ୍ର ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରୁଛି।

{"id":688146,"sizeSlug":"large","linkDestination":"none"}

ଅନ୍ୟପଟେ ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ, ଗୀତାଞ୍ଜଳି ଲମ୍ବା ଛୁଟିରେ ରହିଥିବା ଜାଣି ମଧ୍ୟ ଗତ ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଦରମା ୩୮ ହଜାର ୯୮୧  ଟଙ୍କା ଲେଖାଏଁ ଅନୁକମ୍ପା ଦେଖାଇ ପ୍ରଦାନ କରିଛନ୍ତି l  ଅନ୍ୟପଟେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର କୁମାର ମିଶ୍ର ଶିକ୍ଷୟତ୍ରୀ ଗିତାଂଜଳୀ ଚାନ୍ଦଙ୍କ ଦରମା ନକରିବାକୁ ପ୍ରତିମାସରେ ସେ ଇଏଲରେ ରହିଥିବା ଷ୍ଟେଟମେଣ୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରୁଛନ୍ତି ବୋଲି କହିଛନ୍ତି l ଯାହାକୁ ନେଇଁ ବର୍ତ୍ତମାନନ ପ୍ରଶ୍ନ ଉଙ୍କି ମାରୁଛି ଯେ - ସବୁ ଅଧିକାରୀଙ୍କ ଜାଣତରେ କିଭଳି ଶିକ୍ଷୟତ୍ରୀ ଙ୍କୁ ଏତେ ଅନୁକମ୍ପା ଦିଆଯାଉଛି ।

{"id":688147,"sizeSlug":"large","linkDestination":"none"}

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କିନ୍ତୁ, ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ ଯେଉଁ ଅଧିକାରୀ ଓ କର୍ମଚାରୀ ଏଭଳି ଦୁର୍ନୀତିରେ ଜଡିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଦରମା ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l ତେବେ ଦରମା ଟଙ୍କା ଲେଣଦେଣ ଅର୍ଥାତ ଡିଡ଼ିଓ କ୍ଷମତା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କୁ ଦିଆଯାଇଥିବା ବେଳେ ସେ ଜାଣିଶୁଣି କିଭଳି ଏତେ ଅନୁକମ୍ପା ଦେଇଛନ୍ତି ତାହା ବଡ଼ ପ୍ରଶ୍ନ ହୋଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.