ପୁଣି ଗର୍ଜିଲେ ଶିକ୍ଷକ : Mudda (18.08.2018)

Published By : Prameya-News7 Bureau | August 18, 2018 IST

ତୃତୀୟ ଦିନରେ ଶିକ୍ଷକଙ୍କ ଧାରଣା । ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଶହ ଶହ କର୍ମଚାରୀ ୩ ଦିନ ହେଲାଣି ଲୋୟର ପିଏମିଜିରେ ଧାରଣା ଦେଇଛନ୍ତି । ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହ।ର କରିବା ସହିତ ଯେ।ଗ୍ୟ ବିବେଚିତ ଦିନଠାରୁ ପୁର୍ଣ୍ଣ ଅନୁଦାନ ଆଇନ ଲାଗୁ କରିବା, ଚାକିରୀ ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ଦେବାକୁ ଦାବି ଦୋହରାଇଛନ୍ତି । ସରକାରଙ୍କୁ ସବୁକ୍ଷେତ୍ରରେ ସହଯୋଗ କରି ଆସିଛନ୍ତି ଶିକ୍ଷକ ଓ କର୍ମଚାରୀ । ତେବେ ୨୫ ବର୍ଷରୁ ଅଧିକ ଦିନ ଧରି ଚାକିରୀ କରିଥିବା ଶିକ୍ଷକ ଅଧ୍ୟାପକଙ୍କ ଚାକିରୀ କାଳକୁ ବାଦ ଦେଇ ଏବେ ଠାରୁ ଗଣନା କରିବା ପାଇଁ ଯେଉଁ ଷଡଯନ୍ତ୍ର। ଚାଲିଛି ତାକୁ ଦୃଢ ଭାବରେ ପ୍ରତିବାଦ କରିଛନ୍ତି ଶିକ୍ଷକ । ସେପଟେ ଗଣଶିକ୍ଷାମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, ଛୋଟ ଛୋଟ ପ୍ରସଙ୍ଗ ନେଇ ଶିକ୍ଷକ ଅଡି ବସୁଛନ୍ତି । ଫଳରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯାଉଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ତେବେ ପ୍ରଶାସନ ସହିତ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ମୁହାଁମୁହିଁ ସ୍ଥିତିରେ ରହିଛି । ପ୍ରତିଶ୍ରୁତି ନୁହେଁ ତାର ବାସ୍ତବ କାର୍ଯ୍ୟକାରିତା ଚାହୁଁଛି ମଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.