ଆଜିଠୁ କଳାବ୍ୟାଜ୍ ପିନ୍ଧି ପାଠ ପଢ଼ାଇବେ ଶିକ୍ଷକ
24/09/2018 at 6:48 PM

ଭୁବନେଶ୍ୱର ୨୪/୯ : ଆଜିଠୁ କଳାବ୍ୟାଜ୍ ପିନ୍ଧି ପାଠ ପଢ଼ାଇବେ ଶିକ୍ଷକ।ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଥିବାବେଳେ ରାଜଧାନୀରେ ଓଡିଶାର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ଅାନ୍ସୋଳନ ନେଇ ଶିକ୍ଷାବିତ ମାନଙ୍କ ଠାରୁ ମତାମତ ଲୋଡିଛି ମିଳିତ ମଞ୍ଚ।
ପୁଣି ଗର୍ଜିବେ ଗୁରୁ। ଗାନ୍ଧୀଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ ଅାନ୍ଦୋଳନକୁ ବ୍ୟାପକ କରିବ ଅଧ୍ୟାପକ ଶିକ୍ଷକ ମିଳିତ ମଞ୍ଚ। । ଅକଟୋବର ୨ ଗାନ୍ଧୀ ଜୟନ୍ତୀରେ ସଦର ହମକୁମାରେ ଅନଶନ କରି ସରକାରଙ୍କ ଉପରେ ଚାପ ପକାଇବ ମିଳିତ ମଞ୍ଚ।୯ତାରିଖରେ ଗୋପବନ୍ଧୁ ଜୟନ୍ତୀରେ ରାଜଧାନୀରେ ଛାତ୍ରଛାତ୍ରୀ, ଅଭିଭାବକ ଅଧ୍ୟାପକ ଶିକ୍ଷକମାନଙ୍କୁ ନେଇ ମହା ସମାବେଶ କରିବା ମିଳିତ ମଞ୍ଚ। ଭୁବନେଶ୍ବର ଲୋୟର ପିଏମ୍ଜିରେ ବିକ୍ଷୋଭ ବି ଜାରି ରହିବ।ଜିଲ୍ଲାଓ୍ବାରୀ ପାଳି କରି ସେମାନେ ଆନ୍ଦୋଳନ ଜାରି ରଖିବେ। ଦାବି ପୂରଣ ହୋଇ ନଥିଲେ ବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବା ଲାଗି ସ୍ଥିର କରିଛନ୍ତି।
ସେପେଟ ରାଜଧାନୀରେ ଶିକ୍ଷାବିତ ଓ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରି ମତାମତ ଲୋଡିଛି ମଞ୍ଚ। ବୁଦ୍ଧିଜୀବୀ, ଶିକ୍ଷାବିତ ଯୋଗଦେଇ ଶିକ୍ଷକଙ୍କ ଅଧିକାର ଉପରେ ମତ ରଖିଛନ୍ତି। ଓଡିଶାର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ଆନ୍ଦୋଳନ ନେଇ ମତ ରଖିଥିଲେ । ଦିର୍ଘ ଦିନ ଧରି ଅାନ୍ଦୋଳନ ଚାଲିଥିବାରୁ ରାଜ୍ୟରେ ଥିବା ପ୍ରାୟ ୧୫ ଶହ କଲେଜ ଓ ୨୫ ଶହ ସ୍କୁଲରେ ପାଠ ପଡୁଥିବା ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ କଣ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ ।
ମ୍ୟାଟ୍ରିକ ପ୍ରିବୋର୍ଡ ପରୀକ୍ଷା ପୁର୍ବରୁ ପାଠ ପଢା ପଛେଇ ଯାଇଛି। ଏହା ଦ୍ବାରା କ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ଭାଗ୍ୟ ଭବିଷ୍ୟତ ଉପରେ ପ୍ରଭାବ ପଡିଛି। ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥ ଦୃଷ୍ଠିରୁ ସରକାରୀ ସ୍ତରରେ ନିଷ୍ପତି ନେବାକୁ ଦାବି ହୋଇଛି।