oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଫେଲ୍ ଧମକ ଦେଇ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲେ ଶିକ୍ଷକ, ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ସତ

10/06/2021 at 9:09 PM

ଯୋଧପୁର ୧୦।୬: ଯୋଧପୁର ଜିଲ୍ଲାରେ ସାମ୍ନାକୁ ଆସିଛି ଦୁଇ ଶିକ୍ଷକଙ୍କ କାରନାମା । ଶେରଗଡର ବାଲେସର ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ସ୍କୁଲରେ ହିଁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଥିବା ନେଇ ଅଭିଯୋଗ ଆସିଛି । ପାଟି ଖୋଲିଲେ ଫେଲ୍ କରିଦେବାକୁ ପୀଡିତାଙ୍କୁ ଧମକ ଦେଇଥିଲେ ଅଭିଯୁକ୍ତ ଶିକ୍ଷକ । ଭୟଭୀତ ହୋଇ ଛାତ୍ରୀ ଏହି ବିଷୟରେ କାହାକୁ କିଛି କହି ନଥିଲେ । ଅଭିଯୁକ୍ତ ଶିକ୍ଷକଙ୍କ ଅନ୍ୟ ଜଣେ ସହକର୍ମୀ ତାଙ୍କୁ ଏହି କାମରେ ସାହାଯ୍ୟ କରୁଥିଲେ ।

ଝିଅଟିର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାରଲୋକ ତାଙ୍କୁ ଡାକ୍ତରଖାନାକୁ ଦେଖାଇବାକୁ ନେଇଥିଲେ । ଯେତେବେଳେ ଡାକ୍ତର ଝିଅ ଗର୍ଭବତୀ ଥିବା ବିଷୟରେ ସୂଚନା ଦେଇଥିଲେ ସେତେବେଳେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ପୀଡିତା କାନ୍ଦି କାନ୍ଦି ଶିକ୍ଷକଙ୍କ ବିଷୟରେ କହିଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଛନ୍ତି । ପୋକ୍ସୋ ଅଧିନିୟମ ଅନୁଯାୟୀ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ପୋଲିସର ସୂଚନା ଅନୁସାରେ, ଏହି ଘଟଣା ବାଲେସର ଥାନା ଅଞ୍ଚଳରେ ଥିବା ଶେଖାଲା ଗାଁରେ ଘଟିଛି । ଏଠାରେ ଥିବା ଏକ ସରକାରୀ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ସହ ସେହି ସ୍କୁଲର ଶିକ୍ଷକ ମାର୍ଚ୍ଚ ମାସରେ ୩-୪ ଥର ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ଶିକ୍ଷକଙ୍କୁ ଏହି ଜଘନ୍ୟ ଅପରାଧରେ ତାଙ୍କ ସହକର୍ମୀ ସହୟୋଗ କରିଥିଲେ । ଘଟଣା ସଂପର୍କରେ ଜଣାପଡିବା ପରେ ପୀଡିତାଙ୍କ ବାପା ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ବାଲେସର ଥାନାରେ ମାମଲା ରୁଜୁ କରିଛନ୍ତି ।

   Related Posts