Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ମାର୍କ କମ୍ ଦେବାରୁ ଶିକ୍ଷକଙ୍କୁ ଛାଡିଲେନି, ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଲେ ଛାତ୍ର, ଭିଡିଓ ଭାଇରାଲ୍….

1/09/2022 at 11:42 AM

ଝାଡଖଣ୍ଡ ୦୧/୦୯: ପରୀକ୍ଷାରେ ପାସ୍ ହେବା ନହେବା ଛାତ୍ରଛାତ୍ରୀଙ୍କ ହାତରେ । ଯଦି ଛାତ୍ର ଭଲ ଲେଖିବେ ତେବେ ସେମାନେ ଭଲ ମାର୍କ ପାଇବେ । ଯଦି ସେମାନେ ଭଲ ନଲେଖିବେ ନାହିଁ ତେବେ ସେମାନେ ଭଲ ମାର୍କ ପାଇବାରେ ସକ୍ଷମ ହେବେିନ । ଦରକାର ପଡିଲେ ଫେଲ ହେବେ ଏହା ନିସନ୍ଦେହ । କିନ୍ତୁ ଝାଡଖଣ୍ଡର ଛାତ୍ରମାନେ ଭିନ୍ନ ଧରଣର କାମ କରି ଚର୍ଚ୍ଚାରେ ଅଛନ୍ତି । ପ୍ରକୃତରେ, ପରୀକ୍ଷାରେ ବିଫଳତା ହେତୁ ଛାତ୍ରମାନେ ଶିକ୍ଷକମାନଙ୍କୁ ପିଟିଛନ୍ତି ।

ଏମିତିକି ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ । ଘଟଣାର ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ସୂଚନାନୁ ଅନୁଯାୟୀ ଏହି ମାମଲା ଝାଡଖଣ୍ଡର ଦୁମକା ଜିଲ୍ଲାର । ସୂଚନା ଅନୁଯାୟୀ, ନବମ ପ୍ରାକ୍ଟିକାଲ୍ ପରୀକ୍ଷାରେ ମୋଟ ୩୬ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ, ସେଥିମଧ୍ୟରୁ ୧୧ ଜଣ ଛାତ୍ର ଫେଲ୍ ହୋଇଥିଲେ ।

ଏହା ପରେ ଛାତ୍ରମାନେ ସୋମବାର ଗଣିତ ଶିକ୍ଷକ ଏବଂ ଦୁଇ ବିଦ୍ୟାଳୟର କର୍ମଚାରୀଙ୍କୁ ଧରି ଗୋଟିଏ କ ଗଛରେ ବାନ୍ଧି ପକାଇ ଦେଇଥିଲେ । ଯେଉଁଥିପାିଁ ଶିକ୍ଷକ କୁମାର ସୁମନ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଭର୍ତ୍ତି କରାଯାଇଥିଲା । ସେପଟେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଅନେକ ଲୋକ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଜଣେ ଉପଭୋକ୍ତା ମନ୍ତବ୍ୟ ଦେବାବେଳେ ଲେଖିଛନ୍ତି ଏମିତି କରିବା ଉଚିତ୍ ନୁହେଁ । ଛାତ୍ରମାନେ ଶିକ୍ଷକଙ୍କୁ ମାଡ ମାରି ଭୁଲ କରିଛନ୍ତି । ଏଥି ସହିତ, ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି – ଏହି ଦେଶରେ କଣ ଘଟୁଛି, ବର୍ତ୍ତମାନ ଶିକ୍ଷକମାନେ ନିଜକୁ ସୁରକ୍ଷିତ ମନେକରିବେନି ।

   Related Posts