ନାଚ କରି କରି ପିଲାଙ୍କୁ ପାଠ ପଢାଉଛନ୍ତି କୋରାପୁଟର ଏହି ଡ୍ୟାନ୍ସିଂ ସାର୍ : ପିଲା ବି ଖୁସ୍, ଭିଡିଓ ଭାଇରାଲ୍ ପରେ ଚାରିଆଡୁ ମିଳୁଛି ପ୍ରଶଂସା

Published By : Prameya-News7 Bureau | August 24, 2019 IST

ଜୟପୁର ( ପଦ୍ମନାଭ ହୋତା, ସୁରେଶ ଲମତା) ୨୪|୮: ଚର୍ଚ୍ଚାରେ କୋରାପୁଟରେ ଡାନ୍ସିଂ ସାର୍। ମନୋରଂଜନ ମାଧ୍ୟମରେ ନାଚି କୁଦି ପିଲାଙ୍କୁ ପାଠ ପଢାଇବା ସହ ସେମାନଙ୍କୁ  ସ୍କୁଲ ମୁହାଁ କରିବାକୁ ସାରଙ୍କ ଅଭିନବ ପ୍ରୟାସ। ଆଉ ସାରଙ୍କ ଏହି ପ୍ରୟାସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏହି ସାର ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଠୀ।ଆସନ୍ତୁ ଦେଖିବା ସାରଙ୍କ ଡାନ୍ସିଂ କ୍ଳାସ ଓ ଜାଣିବା ତାଙ୍କ ପାଠ ପଢା ସଂପର୍କରେ।

{"id":148187}

ସ୍କୁଲରେ ଚାଲିଛି ପାଠପଢା।ପାଖରେ ଅଛନ୍ତି ସାର ଓ  କିଛି ଛାତ୍ରଛାତ୍ରୀ। ହେଲେ ଏ ପାଠ ପଢା ଟିକେ ନିଆରା ଓ ଭିନ୍ନ।ଆଉ ଏଥି ପାଇଁ ସାରଙ୍କ ଏହି ପାଠପଢା ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ପୁରା ଭାଇରାଲ।କାରଣ ସାର ଅନ୍ୟ ଶିକ୍ଷକ ମାନଙ୍କ ପରି ବହି,ଖାତା ଓ ବ୍ଳାକ୍ ବୋର୍ଡକୁ ଗୁରୁତ୍ବ ଦେବା ବଦଳରେ ନାଚ ଗୀତକୁ ମାଧ୍ୟମ କରି ଛାତ୍ରଛାତ୍ରୀଙ୍କୁ ଅତି ସରଳ ଭାବରେ ପାଠ ପଠାଉଛନ୍ତି।

{"id":148188}

ନିଜେ ବିଭିନ୍ନ ଭଂଗୀରେ ନାଚି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟବସ୍ତୁ ବୁଝାଉଥିବା ବେଳେ ଛାତ୍ରଛାତ୍ରୀ ବି ସାରଙ୍କ ସହ ବିଭିନ୍ନ ଭଂଗୀରେ ନାଚୁଛନ୍ତି।ଆଉ ସାରଙ୍କ ଏପରି ପ୍ରୟାସ ଦ୍ବାରା ଛାତ୍ରଛାତ୍ରୀ ବି କଠିନ ବିଷୟ ବସ୍ତୁକୁ ଅତି ସହରରେ ବୁଝି ପାରୁଥିବା କହିଛନ୍ତି।

{"id":148189}

ଏହି ସାର ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ୍ଲ କୁମାର ପାଠୀ।୨୦୧୩ ମସିହାରୁ ସେ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରି ଆସୁଥିବା ବେଳେ ୨୦୦୮ ମସିହାରୁ ଏପରି ନାଚଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢାଇ ଆସୁଥିବା କହିଛନ୍ତି।

{"id":148190,"width":575,"height":322}

ବିଭିନ୍ନ କାରଣରୁ ଛାତ୍ରଛାତ୍ରୀ ଏବେ ସରକାରୀ ସ୍କୁଲରୁ ମୁହଁ ଫେରାଇ ନେଉଛନ୍ତି।ସହରାଂଚଳରେ ଅଭିଭାବକ ମାନେ ଘରୋଇ ସ୍କୁଲ ମୁହାଁ ହେଉଥିବା ବେଳେ ଗ୍ରାମାଂଚଳର ସ୍ଥିତି ପୁରା ସଂଗୀନ। ଆଉ କୋରାପୁଟ ଭଳି ଆଦିବାସୀ ଅଂଚଳର କଥା ନକହିବା ଭଲ।

{"id":148191}

କମ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ଏହି ବର୍ଷ  ରାଜ୍ୟ ସରକାର  ବହୁ  ସରକାରୀ ସ୍କୁଲକୁ କୋରାପୁଟ ଜିଲ୍ଲାରେ ବନ୍ଦ ବି କରି ଦେଇଛନ୍ତି।କୋରାପୁଟ ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ଏଠାକାର ଛାତ୍ରଛାତ୍ରୀ ଆଦିବାସୀ ଭାଷାରେ କଥାବର୍ତ୍ତା ହୋଇ ଥାଆନ୍ତି।ତେଣୁ ସାଧାରଣ ଓଡିଆ ଭାଷାରେ ପାଠ ପଢାଇଲେ ବି ଅନେକ ଛାତ୍ରଛାତ୍ରୀ ଠିକରେ ଏହା ବୁଝି ପାରନ୍ତି ନାହିଁ।

{"id":148192}

ତେଣୁ ନାଚ ଗୀତ ମାଧ୍ୟମରେ ଏହା ପାଠୀ ସାର ପଢାଉଥିବାରୁ ଏହା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟବସ୍ତୁ ବୁଝିବାରେ ସହଜ ଓ ସୁବିଧା ହୋଇ ପାରୁଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଅନ୍ୟ ଶିକ୍ଷକ।ଅନ୍ୟପଟେ ନାଚଗୀତ ଏ ମନୋରଂଜନର ମାଧ୍ୟମ ହୋଇଥିବାରୁ ଏହି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରୁଛି ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ ବି କରି ପାରୁଛି।

{"id":148193}

କୋରାପୁଟ ଭଳି ପଛୁଆ ଜିଲ୍ଲା ଯେଉଁଠି ଛାତ୍ରଛାତ୍ରୀ ସ୍କୁଲ ପ୍ରତି ବିମୁଖ ହେଉଛନ୍ତି ସେଠାରେ ସାରଙ୍କ ଏପରି ଉଦ୍ୟମ ପ୍ରକୃତରେ ବେଶ ପ୍ରଶଂସନୀୟ।ତେଣୁ ପାଠୀ ସାରଙ୍କ ପରି ଅନ୍ୟ ମାନେ ଯଦି ପ୍ରୟାସ କରନ୍ତେ ତାହା ହେଲେ ସରକାରୀ ବିଦ୍ୟାଳୟ ଗୁଡିକ ପ୍ରତି ଛାତ୍ରଛାତ୍ରୀ ଓ ଅବିଭାବକ ଆକର୍ଷିତ ହୋଇ ପାରନ୍ତେ।

wp:core-embed/youtube {"url":"https://www.youtube.com/watch?v=HdBRMu5IXew","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=HdBRMu5IXew
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.