ଡିଇଓଙ୍କ କାର୍ଯ୍ୟାଳୟରେ ରଶି ଲଗାଇ ଆତ୍ମହତ୍ୟା କଲେ ଶିକ୍ଷକ

Published By : Prameya-News7 Bureau | December 08, 2019 IST

ଜୟପୁର ୦୮।୧୨ - ଜୟପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ଶିକ୍ଷକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଅତ୍ୟଧିକ ମାନସିକ ଚାପ ଦିଆଯାଇଥିବାରୁ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । ମାତ୍ର ତାଙ୍କର ପରିବାର ଲୋକ ଏହାକୁ ଗ୍ରହଣ କରିପାରି ନାହାନ୍ତି ।

ନିରଞ୍ଜନ ପଣ୍ଡାନାମକ ଏହି ଶିକ୍ଷକ ଶିକ୍ଷକତା କରୁଥିବା ବଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହୋଇଯାଇଥିଲା। ଏହାପରେ ତାଙ୍କୁ ମାନସିକ ଚାପ ଦିଆଯାଉଥିବା ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରୁଛନ୍ତି । ପୁଲିସ ସୁଇସାଇଡ୍‌ ନୋଟ୍‌ ଜବତ କରିଛି । ମାମଲାର ତଦନ୍ତ ଚାଲିଛି ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.