ପରୀକ୍ଷା ଫଳରେ ତ୍ରୁଟି ନେଇ ବିକ୍ଷୋଭ, ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ସମ୍ମୁଖରେ ଧାରଣା
12/01/2023 at 12:12 PM

କଟକ ୧୨।୦୧ : ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ସମ୍ମୁଖରେ ଶିକ୍ଷକଙ୍କ ବିକ୍ଷୋଭ । ସ୍ପେଶାଲ ଓଟିଇଟି ପରୀକ୍ଷା ଦେଇଥିବା ଶିକ୍ଷକଙ୍କ ପକ୍ଷରୁ ବିକ୍ଷୋଭ କରାଯାଉଛି । ପରୀକ୍ଷା ଫଳରେ ତ୍ରୁଟି ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ । ପୁନଃ ଚେକିଂ କରିବା ଦାବିରେ ଧାରଣା ଓ ଆନ୍ଦୋଳନ ଚାଲିଛି।
ଖବର ଅନୁଯାୟୀ, କିଛି ଦିନ ତଳେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପେଶାଲ ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ କିଛି ତ୍ରୁଟି ହୋଇଥିବା ନେଇ ଅଭିଯୋଗ ଆସିଛି । ଯାହାଫଳରେ ପରୀକ୍ଷା ଦେଇଥିବା ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ପରୀକ୍ଷା ଫଳରେ ତ୍ରୁଟି ହୋଇଛି । ତେଣୁ ସେହି ପରୀକ୍ଷା ଖାତାକୁ ପୁନଃ ଚେକିଂ କରାଯାଉ ବୋଲି ଦାବି କରିଛନ୍ତି ।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023