ଭଦ୍ରକ ୦୬/୧୨: ସାନ୍ତାଳୀ ଭାଷା ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଦାବିରେ ନବୀନ ନିବାସ କୁ ପଦଯାତ୍ରା । ମୟୁରଭଞ୍ଜର ସାନ୍ତାଳୀ ମୁଣ୍ଡାରୀ ଭାଷା ଶିକ୍ଷକ ସଂଘ ତରଫରୁ ଆୟୋଜିତ ପଦଯାତ୍ରା ଭଦ୍ରକ ଅତିକ୍ରମ କରିଛି । ୨୦୦୭ ମସିହାରେ ୧୦୦ଜଣ ଅଲଚିକି ଶିକ୍ଷକ ମନେ ୩୨୦୦ଟଙ୍କା ପାରିଶ୍ରମିକର ସାନ୍ତାଳୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ।
ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ଶିକ୍ଷକତା କରୁଥିଲେ ମଧ୍ୟ ନିୟମିତ ଶିକ୍ଷକଙ୍କ ମାନ୍ୟତା ମିଳିନାହିଁ । ପୂର୍ବରୁ ନିୟମିତ ପାଇଁ ଆନ୍ଦୋଳନ କରିଥିଲେ ମଧ୍ୟ କେବଳ ପ୍ରତିଶୃତି ମିଳିଛି । ତେଣୁ ନିଜ ହକ ପାଇଁ ଆଦିବାସୀ ଭାଷା, ଶିକ୍ଷା ଓ ଅଲିଚିକି ଶିକ୍ଷକଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଗୁହାରି ନ ଶୁଣିଲେ, ନିଯୁକ୍ତି ପତ୍ର , ଶିକ୍ଷକ ପୋଷାକ ଆଦିକୁ ନବୀନ ନିବାସ କାନ୍ଥରେ ଟାଙ୍ଗି ଦେଇ ଆସିବେ ବୋଲି କହିଛନ୍ତି ।