ହାତରେ ଚକ୍ ଡଷ୍ଟର ବଦଳରେ ହାଣ୍ଡି ଚଟୁ, ପାଚିକା ନାହାଁନ୍ତି ବୋଲି ରୋଷେଇ କରୁଛନ୍ତି ଶିକ୍ଷୟିତ୍ରୀ
30/09/2023 at 10:00 AM

ଯାଜପୁର ୩୦/୦୯: ହୋହଲ୍ଲାରେ କମ୍ପୁଛି ଗାନ୍ଧିମାର୍ଗ । ଦାବି ପୂରଣ ଲାଗି ରାଜରାସ୍ତାରେ ଶିକ୍ଷକ, ଶିକ୍ଷୟତ୍ରୀ । ଫଳରେ ପିଲାଙ୍କ ପାଠପଢାରେ ଦେଖାଗଲାଣି ବ୍ୟାହତ । ଖାଲି ସାର୍ ଦିଦି ନୁହେଁ ପାଚିକା ସଂଘ ବି ଅହୋରାତ୍ର ଧାରଣାରେ । ଅନେକ ବିଦ୍ୟାଳୟରେ ବନ୍ଦ୍ ହୋଇ ପଡିଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ।
ଏଭଳି ସ୍ଥିତିରେ ପିଲା ଖାଇବେ କଣ? କେମିତି ରନ୍ଧାହେବ MDM? ଯାଜପୁର ଟାଉନର ପ୍ରାଣକୃଷ୍ଣ ନୋଡାଲ ସ୍କୁଲରୁ ନଜର ଆସିଛି ଭିନ୍ନ ଚିତ୍ର । ପାଚିକା ନଥିବାରୁ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ସ୍କୁଲରେ ମଧ୍ୟାହ୍ନ ଭୋଜର ରନ୍ଧାହେବାର । ପାଳି କରି ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି ଶିକ୍ଷୟିତ୍ରୀ । ଆଉ କହିଛନ୍ତି ଯେତେ କଷ୍ଟ ହେଲେବି ପାଚିକା ମାନେ ନ ଆସିବା ଯାଏଁ ପିଲାଙ୍କୁ ରାନ୍ଧି ଦେବୁ ଖାଇବାକୁ । ଖାଲି ରୋଷେଇ କରୁନାହାଁନ୍ତି ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ବାସନ ବି କରିଛନ୍ତି ଧୁଆ ମଜା ।
ସେପଟେ ଶିକ୍ଷକ ଆନ୍ଦୋଳନ ଲାଗି ସ୍କୁଲରେ ପାଠ ପଢା ଠପ୍ ହୋଇପଡିଛି । ଫଳରେ ସ୍କୁଲରେ ନିଜେ ନିଜେ ପଢୁଛନ୍ତି ପିଲା । ବହି ଖାତ୍ ଧରି ସାର୍ ଙ୍କୁ ଅପେକ୍ଷା ନକରି ଗଢୁଛନ୍ତି ନିଜର ଭବିଷ୍ୟତ । ପାଠ ସିନା ପଢୁଛନ୍ତି କିନ୍ତୁ ମନରେ ଦ୍ୱନ୍ଦ୍ୱ ଅନେକ । କାରଣ ମୁଣ୍ଡ ଉପରେ ବାର୍ଷିକ ପରୀକ୍ଷା । ସେଥିପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ତୁରନ୍ତ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ।