ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଡାକି ସାର କରୁଥିଲେ ଏମିତି କାମ, ଭଡିଓ ଭାଇରାଲ ହେବା ପରେ ହାତଗୋଡ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

Published By : Prameya-News7 Bureau | August 26, 2019 IST

ମାଲକାନଗିରି ୨୬।୮: କତାମାଟେରୁ ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଶିକ୍ଷକଙ୍କୁ ହାତ ଗୋଡ ବାନ୍ଧି ଉତ୍ତମମଧ୍ୟମ ଦେଇଛନ୍ତି ଗ୍ରାମବାସୀ । କେବଳ ଏତିକି ନୁହେଁ ତାଙ୍କୁ ଆଶ୍ରମ  ସ୍କୁଲ ଫାଟକରେ ଦୀର୍ଘ ସମୟ ବାନ୍ଧି ରଖିଥିଲେ। ବିଦ୍ୟାଳୟର ଜଣେ ଷଷ୍ଠଶ୍ରେଣୀ ଛାତ୍ରୀଙ୍କ ପ୍ରତି ବାରମ୍ବାର ଅସଦାଚରଣ ଅଭିଯୋଗ ପରେ ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଛନ୍ତି।

{"id":149269}

ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶ୍ବିନୀ ଦେହୁରୀ ଜଣେ ଷଷ୍ଠଶ୍ରେଣୀ ଛାତ୍ରୀଙ୍କ ପ୍ରତି ବାରମ୍ବାର ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇଥିଲା।  ଖାତା ଦେଖା ବାହାନାରେ ଗତ ୨୩ ତାରିଖ ଦିନ ଶିକ୍ଷକ ସମ୍ପୃକ୍ତ ଛାତ୍ରୀଙ୍କୁ ତାଙ୍କ ବାସଭବନକୁ ଡାକି ନେଇଥିଲେ ।  ସେଠାରେ ଖାତା ଦେଖା ଆଳରେ ତାଙ୍କପ୍ରତି ଅସଦାଚାରଣ କରିଥିଲେ ।

{"id":149270}

କଥା ଏତିକିରେ ସରିନଥିଲା। ସୋମବାର ଛାତ୍ରୀଙ୍କୁ ସେ ବିଦ୍ୟାଳୟ ପମ୍ପ ହାଉସରେ ପୁନର୍ବାର ଅସଦାଚାରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶିକ୍ଷକଙ୍କ ଏହି କାଣ୍ଡର ଭିଡିଓ  ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

{"id":149271}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.