ଦୁଇ ସାମ୍ୱାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ; ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya-News7 Bureau | January 06, 2023 IST

ଫୁଲବାଣୀ ୦୬/୦୧: ଦୁଇ କାର୍ଯ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ ସହିତ ହତ୍ୟା ଧମକ ଦେଲେ ଶିକ୍ଷକ। ଏପରି ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଦେଖିବାକୁ ମିଳିଛି। ଆକ୍ରମଣର ଶୀକାର ହୋଇଥିବା ଦୁଇ ସାମ୍ୱାଦିକଙ୍କ ପରିଚୟ ଇମାନୁଏଲ ନାୟକ ଓ ରୋହନ କୁମାର ନନ୍ଦ। ସମ୍ପୃକ୍ତ ଶିକ୍ଷକଙ୍କ ନାଁରେ କୋଟଗଡ଼ ଥାନାରେ ଦୁଇ ସାମ୍ୱାଦିକ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରେସ କ୍ଲବ ସଭାପତି ସୁନିଲ୍ ପଟ୍ଟନାୟକ ଦାବି କରିଛନ୍ତି। ଜିଲ୍ଲା ସାମ୍ୱାଦିକ ସଂଘ ଓ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।  

ଖବର ଅନୁସାରେ, କୋଟଗଡ଼ ବ୍ଲକର ପାରିଗଡ଼ ପଞ୍ଚାୟତକୁ ଖବର ସଂଗ୍ରହ କରିବାକୁ ୨ଜଣ ସାମ୍ବାଦିକ ଯାଇଥିଲେ। ସେଠାରୁ ଫେରିବା ବେଳେ ଗୁଡ଼ୁମିଲା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ୍‌ ବାହାରେ ବୁଲୁଥିଲେ। ଏହାଦେଖି ସାମ୍ୱାଦିକ ଦ୍ୱୟ ସ୍କୁଲକୁ ଯାଇ ଦେଖିବାରୁ ସେଠାରେ କେହି ଶିକ୍ଷକ ନଥିଲେ। ପରେ ସ୍କୁଲ୍‌ରେ ଏପରି ଦୂରବସ୍ଥାର ସେମାନେ ଫଟୋ ଉଠାଥିଲେ। ପରେ ଗାଁ ଲୋକଙ୍କୁ ଏବିଷୟରେ ପଚାରି ଫେରୁଥିଲେ।

ଏହି ସମୟରେ ଲଞ୍ଜାମ ଗାଁରେ ଥିବା ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ସାମ୍ବାଦିକଙ୍କୁ ଅସଭ୍ୟ ବ୍ୟବହାର କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାସହ କଟୁରୀରେ ହାଣି ହତ୍ୟା କରିବେ ବୋଲି ଧମକ ଦେଇଥିଲେl। ପୋଲିସ ଓ ବ୍ଲକ ଶିକ୍ଷାଧିକାରୀ ତୁରନ୍ତ ଏହାର ତଦନ୍ତ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ସାମ୍ବାଦିକ ସଙ୍ଘ କନ୍ଧମାଳ ଏସପିଙ୍କୁ ଜଣାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.