ମାନସିକ ପୂରଣ ପାଇଁ ୨୧ ଦିନ ଅଧିଆ ପଡିଥିଲେ, ହଠାତ୍ ମନ୍ଦିର ପରିସରରେ ଆତ୍ମହତ୍ୟା କଲେ ଶିକ୍ଷକ

Published By : Prameya-News7 Bureau | September 26, 2024 IST

ଆସ୍କା ୨୬।୦୯ : ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବେଠୁଆ ଗାଁ ଘୋଡାଦେଇ ମନ୍ଦିରରେ ପରିସରରେ ଆତ୍ମହତ୍ୟା କରିଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ମୃତକ ନୁଗୁଡ଼ା ଗାଁର ୬୦ ବର୍ଷୀୟ  ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ବୋଲି ଜଣାପଡିଛି । ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । 

ଖବର ଅନୁଯାୟୀ, ଦୀର୍ଘ ୨୧ ଦିନ ଧରି ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଦାନ ମା ଘୋଡ଼ାଦେଇଙ୍କ ମନ୍ଦିରରେ  ଅଧିଆ ପଡିଥିଲେ l ଗୁରୁବାର ତାଙ୍କ ମାନସିକର ୨୧ ଦିନ ପୂର୍ତ୍ତି ହେବାକୁ ଥିଲା l ବୁଧବାର ସେ ମାନସିକ ପୂର୍ଣ୍ଣ କରି ଘରକୁ ଫେରିବା କଥା କହୁଥିବା ବେଳେ ଆଜି ମନ୍ଦିର ପରିସରରେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି l ଆଗରୁ ମଧ୍ୟ ସେ ସେଠାରେ ଚାରି ଥର ଏମିତି ଅଧିଆ ପଡିଥିଲେ ଏବଂ ଦୁଇ ଦୁଇ ଥର ମାନସିକ ପୂର୍ଣ୍ଣ ହୋଇଥିବା କଥା ପରିବାରକୁ କହିଛନ୍ତି l ହେଲେ ଆଜି ତାଙ୍କର  ମନ୍ଦିର ପରିସରରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ତେବେ ଘଟଣାର ଖବର ପାଇ ବରଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.