ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ; ଅଭିଯୁକ୍ତ ଥାନାରେ ଅଟକ
1/01/2023 at 4:22 PM

ମାଲକାନାଗିରି ୦୧/୦୧: ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା ସଦର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦେଖିବାକୁ ମିଳିଛି। ବିଦ୍ୟାଳୟର ପିଅନ ନରେଶ କ୍ଷତ୍ରିୟ ରବିବାର ମାତ୍ରାଧିକ ମଦ ପିଇଥିଲେ।
ସେହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ପିଅନଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀ ନିରାକାର ସେଠୀଙ୍କ ମୃତ୍ୟୁ ହୋଇଛି। ଅଭିଯୁକ୍ତ ନରେଶ କ୍ଷତ୍ରିୟଙ୍କୁ ଥାନାରେ ଅଟକ ରଖି ପୋଲିସ ଏବେ ଅଧିକ ପଚରାଉଚୁରା କରୁଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023