ଶିକ୍ଷକଙ୍କୁ କଟୁରିରେ ଆକ୍ରମଣ କରି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଫେରାର

Published By : Prameya-News7 Bureau | January 15, 2023 IST

ଫୁଲବାଣୀ ୧୫/୦୧: ଶିକ୍ଷକଙ୍କୁ କଟୁରିରେ ହାଣି ହତ୍ୟା ଉଦ୍ୟମ। ଫଳରେ ଆହତ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ଏହି କାଣ୍ଡ ଭିଆଇ ସମ୍ପୃକ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏପରି ଅପରାଧିକ ଘଟଣା ରବିବାର  କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଝରିଆପଡା ସାହିରେ ଦେଖିବାକୁ ମିଳିଛି। ଆହତ ଶିକ୍ଷକଙ୍କ ପରିଚୟ ପଦ୍ମଚରଣ ରଥ। ସେ ଗେଟାବାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି।  

ଖବର ଅନୁସାରେ, ପଦ୍ମଚରଣ ତାଙ୍କ ପୁଅକୁ ଧରି ଛିଡା ହୋଇଥିବା ବେଳେ ଜଣେ ଯୁବକ ହଠାତ ତାଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରିବାକୁ ଚେଷ୍ଠା କରିଥିଲେ। ସେଠାରେ ପାଖରେ ଛିଡା ହୋଇଥିବା ଚିକୁ ମିଶ୍ର ନାମକ ଜଣେ ଯୁବକ ଶିକ୍ଷକଙ୍କୁ ଉଦ୍ଧାର କରି ପଦ୍ମ ଚରଣଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଏହି ଅପରାଧ ଘଟାଇ ସେଠାରୁ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଫେରାର ହୋଇଯାଇଛି।

ଏନେଇ କୋଟଗଡ଼ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛିl ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଯୁବକ ଜଣଙ୍କ ଶିକ୍ଷଙ୍କୁ କାହିଁକି ଏପରି ହତ୍ୟା ଉଦ୍ୟମ କରିଥିଲେ  ତାର କାରଣ ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛିl ସେପଟେ ଶିକ୍ଷକ ପଦ୍ମଚରଣଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁରରେ ଥିବା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.