ଗୁଜୁରାଟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ମାଲକାନଗିରିରୁ ଜଣେ ଶିକ୍ଷକ ଗିରଫ
31/01/2023 at 8:49 AM

ମାଲକାନଗିରି ୩୧।୦୧ : ଗୁଜୁରାଟରେ କନିଷ୍ଠ କିରାଣୀ ପଦବୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ମାଲକାନଗିରି ଜିଲ୍ଲାରୁ ଜଣେ ଶିକ୍ଷକ ଗିରଫ । ମାଲକାନଗିରି ପୋଲିସ ସହାୟତାରେ ଗିରଫ କଲା ଗୁଜୁରାଟ ପୋଲିସ ।
ଖବର ଅନୁଯାୟୀ, ଗୁଜୁରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲା କର୍ତ୍ତନପାଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସରୋଜ ମାଲୁ ଏହି ଉତ୍ତର ଲେଖି ମୋବାଇଲରେ ପଠାଇଥିବା ଜଣାପଡିଛି ।
ଗୁଜୁରାଟ ପୋଲିସ ମାଲକାନଗିରି ପୋଲିସ ସହାୟତାରେ ଶିକ୍ଷକ ସରୋଜ ମାଲୁଙ୍କୁ ଗିରଫ କରିଛି । ଗୁଜୁରାଟ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପାଇଁ ରାଜ୍ୟରୁ ୯ ଲକ୍ଷ ୫୩ ହଜାର ପିଲା ମାତ୍ର ୧୧୮୧ ଟି ପୋଷ୍ଟ ପାଇଁ ନାମ ପଞ୍ଜିକରଣ କରିଥିଲେ । ଏହି ପରୀକ୍ଷା ରାଜ୍ୟର ୨୯୯୫ଟି ସେଣ୍ଟରରେ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା ।