ନିଜ ଛାତ୍ର ଘରୁ ଚୋରି କରି ଶିକ୍ଷୟତ୍ରୀ ଗିରଫ

Published By : Prameya-News7 Bureau | February 09, 2020 IST

ମୁମ୍ବାଇ ୦୯।୦୨ - ନିଜ ଛାତ୍ର ଘରୁ ଅଳଙ୍କାର ଓ ଘଣ୍ଟା ଚୋରି କରି ଜଣେ ଶିକ୍ଷୟତ୍ରୀ ଗିରଫ ହୋଇଛନ୍ତି । ଛାତ୍ରଙ୍କ ଘରୁ ଅନେକ ଅଳାଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପୁଲିସ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କଠାରୁ ଦେଢ ଲକ୍ଷ ଟଙ୍କା ଓ ଚୋରି ହୋଇଥିବା ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି ।

ମହାରାଷ୍ଟ୍ରର ହୃଦକେଶ୍ୱର ଥାନାରେ ଚୋରି ନେଇ ଏକ ମାମଲା ରୁଜୁ ହୋଇଥିଲା । ଫେବ୍ରୁଆରୀ ୪ ତାରିଖରେ ଏକ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ତଦନ୍ତ ବେଳେ ଶିକ୍ଷୟତ୍ରୀ ଓ ତାଙ୍କର ସାଙ୍ଗ ମିଶିକରି ଚୋରି କରିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ସମ୍ପୃକ୍ତ ଶିକ୍ଷୟତ୍ରୀ ଓ ତାଙ୍କ ସାଙ୍ଗ ଛାତ୍ରଙ୍କ ଘରକୁ ଯାଇଥିଲେ । ସାଙ୍ଗ ଜଣଙ୍କ କଥାବାର୍ତ୍ତାରେ ଛାତ୍ରର ମାଆଙ୍କୁ ଭୋଳ ରଖିଥିବା ବେଳେ ଶିକ୍ଷୟତ୍ରୀ ଜଣଙ୍କ ଅଳଙ୍କାର ଓ ଫୋନ୍‌ ଚୋରି କରିଥିଲେ ।

ଭାରତୀୟ ପିଙ୍ଗଳଧାରା ୩୮୦ ଅନୁସାରେ ଚୋରି ମାମଲା ରୁଜୁ କରାଯାଇ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.