Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ହୃଦଘାତରେ ଯୋଗ ପ୍ରଶିକ୍ଷକଙ୍କ ମୃତ୍ୟୁ, ଶିଖାଉଥିଲେ ସୂର୍ଯ୍ୟନମସ୍କାର, ପଡିଗଲେ ଉଠିପାରିଲେନି

14/03/2023 at 7:51 PM

ପ୍ରୟାଗରାଜ ୧୪।୩: ହୃଦଘାତ ଓ ଅନ୍ୟ ରୋଗ ବେମାରୀରୁ ସୁରକ୍ଷିତ ରହିବା ପାଇଁ ଯୋଗ କରିବାକୁ କୁହାଯାଏ। ତେବେ ପ୍ରୟାଗରାଜରେ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କୁଆଶ୍ଚର୍ଯ୍ୟ କରିଛି। ଏଠାରେ ସବୁଦିନ ଲୋକଙ୍କୁ ଯୋଗ ଶିଖାଉଥିବା ଗୁରୁରଙ୍କର ହିଁ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ହୃଦଘାତ ସେତେବେଳେ ହୋଇଥିଲା ଯେତେବେଳେ ସେ ଯୋଗ ଶିଖାଉଥିଲେ। ଘଟଣା କର୍ଜନ ପୋଲ ନିକଟରେ ହୋଇଛି।  

ସୂଚନା ଅନୁସାରେ ଓମପ୍ରକାଶ ତ୍ରିପାଠୀ (୫୧) ସବୁଦିନ କର୍ଜନ ପୋଲ ନିକଟକୁ ଯୋଗ କରିବାକୁ ଯାଉଥିଲେ। ସେଠାରେ ସେ ଲୋକଙ୍କୁ ଯୋଗ ମଧ୍ୟ ଶିଖାଉଥିଲେ। ସବୁଦିନ ଭଳି ମଙ୍ଗଳବାର ସକାଳେ ମଧ୍ୟ ସେ ଯୋଗ କରୁଥିଲେ। ତାଙ୍କ ସହ ତାଙ୍କ ପଡୋଶୀ ଜ୍ଞାନ ବାହାଦୂର ଓ ଶିବ ବାହାଦୂର ମୌର୍ଯ୍ୟଙ୍କ ସମେତ ଅନ୍ୟମାନେ ମଧ୍ୟ ଥିଲେ। ତେବେ ତାଙ୍କ ପଡୋଶୀ ହରିଓମ ପାଣ୍ଡେୟଙ୍କ ଅନୁସାରେ ସେ ସୂର୍ଯ୍ୟ ନମସ୍କାର କରିବା ବେଳେ ଅଚାନକ ପଡି ଯାଇଥିଲେ ଓ ତାଙ୍କ ନାକରୁ ରକ୍ତ ବାହାରିଥିଲା। ଏହା ପରେ ସେ ଆଉ  ଉଠି ପାରିନଥିଲେ।   

ସାଙ୍ଗରେ ଥିବା ଲୋକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ବେଲି ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କେବଳ ଓମପ୍ରକାଶ ତ୍ରିପାଠୀ ନୁହନ୍ତି ଏବେ ଅନେକ ଲୋକ ଏପରି ଅଚାନକ ହୃଦଘାତର ଶିକାର ହୋଇ ପ୍ରାଣ ହରାଉଥିବାର ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି। କେଉଁଠି କିଏ ଜିମ୍‌ କରିବା ବେଳେ ହୃଦଘାତରେ ପ୍ରାଣ ହରାଉଛି ତ କେଉଁଠି ନାଚୁଥିବା ବେଳେ ଲୋକେ ପଡି ଯାଇ ପ୍ରାଣ ହରାଉଛନ୍ତି। ଏଥିରେ ଯୋଗ କରୁଥିବା ବେଳେ ଏପରି ମୃତ୍ୟୁର ପ୍ରଥମ ଘଟଣା।

   Related Posts