ସଭାସ୍ଥଳରେ ପ୍ରିନ୍ସିପାଲ୍‌ଙ୍କୁ ମାଡ ମାରିଲେ ଅଧ୍ୟାପକ, ଟାଉନ ଥାନାରେ ମାମଲା ରୁଜୁ

Published By : Prameya-News7 Bureau | November 18, 2023 IST

ଯାଜପୁର: ପ୍ରିନ୍ସିପାଲଙ୍କୁ ଅଧ୍ୟାପକ ଆକ୍ରମଣ । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଏନସି କଲେଜ ପ୍ରିନ୍ସିପାଲ। ସୂଚନା ଅନୁସାରେ IYDP ସମନ୍ଵିତ ଯୁବ ଉନ୍ନୟନ କାର୍ଯ୍ୟକ୍ରମ ଲାଗି ବୈଠକ  ଚାଲିଥିବା ବେଳେ ଅଧ୍ୟାପକ ସାରଦା ମହାପାତ୍ର ହଠାତ ଆକ୍ରମଣ କରିଥିବା ପ୍ରିନସପାଲ ବିଷ୍ଣୁ ଦାସ ଅଭିଯୋଗ କରିଛନ୍ତି । ଏନେଇ ମଧ୍ୟ ଥାନାରେ ଲିଖିତ ଅଭିଯୋଗ  କରାଯାଇଛି ।

wp:heading {"level":4}

Also read- ଦୁର୍ବଳ ହେଲା ବାତ୍ୟା : ଓଡିଶାରେ ପଡିଲାନି ପ୍ରଭାବ, ୨ ଦିନ ପାଗ ଶୁଖିଲା

/wp:heading

ପୂର୍ବରୁ ସେ ଅଧ୍ୟାପକଙ୍କ ନାମରେ ସରକାରଙ୍କୁ ଜଣାଇଥିବାରୁ ରାଗ ରଖି ଏପରି କରିଥିବା ପ୍ରିନ୍ସିପାଲ  କହିଛନ୍ତି । ସେପଟରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧ୍ୟାପକ ସାରଦା ମହାପାତ୍ର ।ଆଜିର ସଭାରେ  କିଛି କହିବାକୁ ଦିଆଯାଇନଥିଵାରୁ  ପାଟି କରିବାରୁ ପ୍ରିନ୍ସିପାଲ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଆରୋପ ଆଣିଥିବା କହିଛନ୍ତି ସଂମ୍ପୃକ୍ତ  ଅଧ୍ୟାପକ। ଏମିତିକି ପ୍ରିନ୍ସିପାଲ୍‌ଙ୍କୁ ଧକ୍କା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି।

ପ୍ରିନ୍ସିପାଲଙ୍କୁ ଅଧ୍ୟାପକ ସଭାରେ ସଭିଙ୍କ ଉପସ୍ଥିତିରେ ଧକା ମାରିବା ସହ ଗାଳି ଗୁଲଜ କରିବାରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଏଠି ପ୍ରଶ୍ନ ଉଠୁଛି ଅଧ୍ୟାପକ ଜଣକ ପ୍ରିନ୍ସିପାଲଙ୍କୁ ଧକା ମାରି ମଧ୍ୟ ଗଣମାଧ୍ୟମ ସାମନା ରେ ମିଛ କୋଉଥିବା ଜଣା ପଡିଛି । ସେପଟରେ ଏ ନେଇ ପ୍ରିନ୍ସିପାଲ ଟାଉନ ଥାନାରେ ତିନି ଜଣ ଅଧ୍ୟାପକଙ୍କ ନାମରେ  ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.