vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପରୀକ୍ଷାରେ ଫେଲ୍ କରିଦେବାକୁ କହି ୩ ନାବାଳିକାଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ, ଘରେ ନକହିବାକୁ ଦେଲେ ଧମକ

22/06/2022 at 4:41 PM

ଲକ୍ଷ୍ନୌ ୨୨।୬: ପରୀକ୍ଷାରେ ଫେଲ୍ କରିବା ଧମକ ଦେଇ ତିନି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି । ଘଟଣାଟି ଉତ୍ତରପ୍ରଦେଶ ବାନ୍ଦା ବିସଣ୍ଡା ଥାନା ଅଞ୍ଚଳରେ ଘଟିଛି । ଶିକ୍ଷକଙ୍କ ଏଭଳି କାରନାମା ଯୋଗୁଁ ନାବାଳିକାମାନଙ୍କ ପରିବାରଲୋକ ଉତ୍ତ୍ୟକ୍ତ ହୋଇ ରହିଛନ୍ତି । ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରିବାରଲୋକ ଦାବି କରିଛନ୍ତି ।

ସୂଚନା ଅନୁସାରେ ତିନି ନାବାଳିକା ଗାଁ ସ୍କୁଲରେ ପଢୁଥିଲେ । ସଂପୃକ୍ତ ଶିକ୍ଷକ ଜଣଙ୍କ ଜଣେ ଜଣେ କରି ତିନି ନାବାଳିକାଙ୍କୁ ସ୍କୁଲ କୋଠରୀକୁ ଡାକିଥିଲେ । ତିନି ଜଣଙ୍କ ସହ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଛାତ୍ରୀମାନେ ଏହାକୁ ବିରୋଧ କରିବାରୁ ପରୀକ୍ଷାରେ ଫେଲ୍ କରିଦେବାକୁ ଧମକ ଦେଇଥିଲେ । ଏ ବିଷୟରେ ଘରେ କିଛି ନକହିବା ପାଇଁ ମଧ୍ୟ ଶିକ୍ଷକ ଜଣକ ଧମକ ଦେଇଥିଲେ ।

ତିନି ଜଣ ନାବାଳିକା ବନ୍ଧୁ ଥିଲେ । ସେମାନଙ୍କ ବୟସ ୧୨ ବର୍ଷ ଥିଲା । ନାବାଳିକାମାନେ ଏକଥା ଘରଲୋକଙ୍କୁ ଜଣାଇଥିଲେ । ଏକଥା ଶୁଣିବା ପରେ ପରିବାରଲୋକ ଯାଇ ସ୍କୁଲରେ ପହଞ୍ଚିଥିଲେ । ଶିକ୍ଷକ ଜଣଙ୍କ ସେମାନଙ୍କୁ ମଧ୍ୟ ଫେରାଇ ଦେଇଥିଲେ । ପରେ ପରିବାରଲୋକ ଥାନାକୁ ଯାଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ନାବାଳିକାମାନେ ଶିକ୍ଷକଙ୍କ ଏଭଳି କାଣ୍ଡ ପରେ ଭୟରେ ଥିବା ପରିବାର ଲୋକ କହିଛନ୍ତି ।

ବିସଣ୍ଡା ଏସଏଚଓ କହିଛନ୍ତି ଯେ, ଓରନ ଅଞ୍ଚଳରୁ ଜଣେ ଶିକ୍ଷକ ତିନି ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମାମଲା ସାମ୍ନାକୁ ଆସିଛି । ପରିବାରଲୋକଙ୍କ ଅଭିଯୋଗ ପରେ ମାମଲା ଦାୟର କରାଯାଇଛି । ଯାଞ୍ଚ ଜାରି ରହିଛି । ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts