ସ୍କୁଲରେ ଶୋଇଥିବା ବେଳେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ, ଗୋଡ ଓ ମୁଣ୍ଡରେ ଲାଗିଛି ଶକ୍ତ ଆଘାତ
8/04/2023 at 10:41 AM

ତେଲକୋଇ ୮।୪: ସ୍କୁଲରେ ଶୋଇଥିବା ବେଳେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ରଗଡା ଗାଁରେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ରଗଡା ଗାଁ ନିକଟ ସନ୍ତେଇଭଞ୍ଜ ଗାଁରେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣଙ୍କ ରାତି ଅଧିକା ହେବାରୁ ସ୍କୁଲରେ ଶୋଇପଡିଥିଲେ । ସ୍କୁଲରେ ଶୋଇଥିବା ବେଳେ କେହି ର୍ଦୁବୃତ୍ତ ସ୍କୁଲର କବାଟ ତାଡି ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଶିକ୍ଷକଙ୍କ ବାମ ଗୋଡ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ କେନ୍ଦୁଝର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।