କ୍ଲାସ୍‌ରୁମ୍‌ରେ ରକ୍ତଛିଟା : ଦୁର୍ବୃତ୍ତର କଟୁରୀ ଚୋଟରେ ଶିକ୍ଷୟିତ୍ରୀ ଗୁରୁତର ଆହତ

Published By : Prameya-News7 Bureau | July 01, 2019 IST

କଟକ ୧/୭: ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । କଟକ ନିଆଳି ଥାନା ଆମ୍ବାପଡା ଏମଇ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛି ସ୍ଥାନୀୟ ଗାଁର ଜଣେ ଦୁର୍ବୃତ୍ତ । ଆକ୍ରମଣ କରିଥିବା ଯୁବକର ନାଁ ବିଭୁତି ମହାନ୍ତି । ଶିକ୍ଷୟିତ୍ରୀ ଜଣକ ଶ୍ରେଣୀ ଗୃହରେ ପାଠ ପଢାଉଥିବା ସମୟରେ ହଠାତ ବିଭୁତି କ୍ଲାସ୍‌ରୁମ୍‌ରେ ପଶି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା ।

{"id":129502}

କ୍ଲାସ୍‌ରୁମ୍‌ରେ ରକ୍ତଛିଟା । ଦୁର୍ବୃତ୍ତର କଟୁରୀ ଚୋଟରେ ଶିକ୍ଷୟିତ୍ରୀ ଗୁରୁତର ଆହତ । ଶିକ୍ଷୟିତ୍ରୀଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଲାଗିଛି । କଟକ ନିଆଳି ଆମ୍ବାପଡା ଏମଇ ସ୍କୁଲରେ ଘଟିଠି ଏଭଳି ଅଭାବନୀୟ ଘଟଣା ।  ସମୟ ସକାଳ ସାଢ଼େ ୧୧ଟା ।  ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ପାଇଁ  ଗୋଟିଏ କ୍ଲାସ୍‌ରେ ପାଠ ପଢାଉଥିଲେ ସୁଚିସ୍ମିତା ମୁଦୁଲି ।  ଏହି ସମୟରେ ସେହି ଅମ୍ବାପଡ଼ା ଗାଁର ବିଭୁତି ମହାନ୍ତି ହଠାତ ପଶି ଆସିଥିଲା ଶ୍ରେଣୀ ଗୃହ ଭିତରକୁ । ହାତରେ ଥିଲା ଧାରୁଆ କଟୁରୀ।  ଅତି ନିର୍ମମ ଭାବେ ଶିକ୍ଷୟିତ୍ରୀଙ୍କୁ ସେ ଚୋଟ ପରେ ଚୋଟ ମାରି ଚାଲିଥିଲା। ଜୀବନ ବଞ୍ଚାଇବାକୁ ଶିକ୍ଷୟିତ୍ରୀ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତ ବିଭୁତି ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲା।

{"id":129503}

ପୂର୍ବରୁ ମଧ୍ୟ ବିଭୁତି ଶିକ୍ଷୟିତ୍ରୀ ସୁଚିସ୍ମିତାଙ୍କୁ  ବାରମ୍ବାର ଧମକ ଚମକ ଦେଇଥିଲା । ? ଶିକ୍ଷୟିତ୍ରୀ ଜଣକ ପ୍ରସବକାଳୀନ ଛୁଟିରୁ କିଛି ଦିନ ତଳେ ଫେରିବା ପରେ ତାଙ୍କୁ ସେ ଧମକ ଦେଉଥିଲା। ତେବେ ସୁଚିସ୍ମିତାଙ୍କ ସ୍ବାମୀଙ୍କ କହିବା ଅନୁଯାୟୀ  ବିଭୁତି କୁଆଡ଼େ ସ୍କୁଲ ଭିତରକୁ ଆସି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଶିକ୍ଷୟିତ୍ରୀ ଅଟକାଇବାରୁ ତାଙ୍କୁ ସେ ଆକ୍ରମ କରିଥିଲା। ତେବେ ଆକ୍ରମଣ ପରେ ଘଟଣାସ୍ଥଳରୁ ସେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ତାକୁ ଏକ ବସରୁ ଧରି କାବୁ କରିଥିଲେ। ପୋଲିସ ଜିମା ଦେଇଛନ୍ତି । 

{"id":129504}

ପ୍ରଶ୍ନ ଉଠୁଛି ଗାଁର ସବୁଠାରୁ ସୁରକ୍ଷିତ ଜୋନ୍‌ କୁହାଯାଉଥିବା ବିଦ୍ୟାଳୟ ଭିତରକୁ ଦୁର୍ବୃତ ଅନ୍ୟାୟସରେ ପସି ଏଭଳି କାଣ୍ଡ ଭିଆଇଲା କିପରି ?  ପ୍ରକୃତରେ ଦୁର୍ବୃତର ଟାର୍ଗେଟ୍‌ରେ କୋମଳ ମତି ପିଲା ଥିଲେ ନା ଶିକ୍ଷୟିତ୍ରୀ । ଶିକ୍ଷୟିତ୍ରୀଙ୍କ ସହ ପୂର୍ବ ଶତ୍ରୁତା ପଛର ଅନ୍ୟ କିଛି କାରଣ ରହିଛି କି ?  ପୂର୍ବରୁ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଦୁର୍ବୃତ୍ତ ବାରମ୍ବାର ଏଭଳି ଧମକ ଚମକ ଦେଉଥିବା ଚର୍ଚ୍ଚା ହେଉଥିବା ବେଳେ ଦୁର୍ବୃତ୍ତ ବିରୋଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା କାହିଁକି  

{"id":129505}

ଗୁରୁତର ଶିକ୍ଷୟିତ୍ରୀଙ୍କରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି  । ତାଙ୍କର ୫ଟି ସ୍ଥାନରେ କ୍ଷତ ହୋଇଛି ।  ସେପଟେ ତଦନ୍ତ ଆଳ ଦେଖାଇ ସ୍ଥାନୀୟ ପୋଲିସ୍‌ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି । କଟକରୁ କିରଣ କାନୁନଗୋଙ୍କ ସହିତ ନିଆଳିରୁ ପ୍ରକାଶ ନନ୍ଦ ନ୍ୟୁଜ୍‌ ସେଭେନ୍‌……

{"id":129506}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.