Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି

19/11/2019 at 10:01 AM

ମାଲକାନଗିରି ୧୯।୧୧:  ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର । ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଥିବା ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଗତକାଲି ପାଞ୍ଚ ଜଣ ଛାତ୍ରୀଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ହୋଇଥିବା ବେଳେ ତିନି ଜଣ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣା ପଡିଛି । ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ହେଲେ ଛାତ୍ରୀ ମାନେ ଏହାର ଉତ୍ତର ଦେଇ ପାରିନଥିବାରୁ  ପାଠ ପଢାରେ ଅବହେଳା ଯୋଗୁଁ ଏପରି କରିଥିବା ପ୍ରଧାନ ଶିକ୍ଷକ କହିଛନ୍ତି । ମାଡ ଖାଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଗୁରୁତର ହେବାରୁ ସେମାନଙ୍କୁ ବାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କୁନି ଗୋଲୋରୀ  ନାମକ ଅନ୍ୟ ଜଣେ ଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିର ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଜଣା ପଡିଛି ।

   Related Posts