ଛାତ୍ରଙ୍କୁ ମାଡ ମାରିଲେ ଶିକ୍ଷକ, ଥାନାରେ ଅଭିଯୋଗ ପରେ ବନ୍ଧାହେଲେ ଶିକ୍ଷକ

Published By : Prameya-News7 Bureau | August 11, 2023 IST

ବଲାଙ୍ଗୀର ୧୧।୮: କଲେଜ ଛାତ୍ରଙ୍କୁ ଥାର୍ଡ ଡିଗ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀରରେ । ବଲାଙ୍ଗୀର-ସମ୍ବଲପୁରରୁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବାଲାଜୀ କଲେଜର ଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରିଛନ୍ତି । ଫଳରେ ଛାତ୍ରଙ୍କ ଆଖି, ମୁଣ୍ଡ ଓ ବେକରେ ଗୁରୁତର ଆଘାତ ଲାଗିଛି । ଜାତିଆଣ ଆକ୍ଷେପ ସହ ଗାଳିଗୁଲଜ ପରେ ମାଡ ମାରିଥିବା ଅଭିଯୋଗ ହୋଇଛି ।

ବାଲାଜୀ କଲେଜର ଯୁକ୍ତ ଦୁଇ ଛାତ୍ର ସାହିଲ ବାରିଙ୍କୁ ସଚିନ କ୍ଷେତି ନାମକ ଶିକ୍ଷକ ମାଡ ମାରିଥିବା ପୁଇଁନ୍ତଳା ଥାନାରେ ଅଭିଯୋଗ ହୋଇଛି । ତେବେ ଗୁରୁବାର କ୍ଲାସ୍ ଚାଲିଥିବା ବେଳେ ଜଣେ ଶିକ୍ଷୟିତ୍ରୀ କ୍ଲାସରେ ପିଲାଙ୍କ ସହ କିଛି ହସ କଥା କହି ତାଙ୍କ ସହ ମଜାକ କରିଥିଲେ । ଏନେଇ ବାହାରକୁ ଆସିବା ପରେ ପିଲାମାନଙ୍କ ମଧ୍ୟରୁ କିଛି ପିଲା ତାଙ୍କୁ କମେଣ୍ଟ ମାରିଥିବା ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପିଲାମାନଙ୍କୁ ଡାକି ପଚାରିବାରୁ ସାହିଲ ଏଭଳି କମେଣ୍ଟ ମାରିଥିବା ପିଲାମାନେ କହିଛନ୍ତି ବୋଲି ଶିକ୍ଷକ କହିଥିଲେ । ଏନେଇ ସାହିଲକୁ ଡାକି ତାଙ୍କ ସହ ବାକି ପିଲାଙ୍କୁ ମାଡ ମାରିଥିଲେ । ଏନେଇ ସାହିଲ କାହିଁକି ମାଡ ମାରୁଛନ୍ତି ଓ ମୋର ମୁଲ କ’ଣ ବୋଲି ପଚାରିବାରୁ ତାଙ୍କୁ ଆଉ ମାଡ ମାରିଥିଲେ କମେଣ୍ଟ ମାରୁଛୁ ଶିକ୍ଷୟିତ୍ରୀଙ୍କୁ କହିଥିଲେ । ଏହାକୁ ନେଇ ସାହିଲ ନିଜ ମତ କରାଇଥିଲେ ହେଁ କେଉଁ ଜାତି ପଚାରି ତାକୁ ଆହୁରି ମାଡ ମାରିବା ସହ କ୍ଷତାକ୍ତ କରିଥିଲେ । ଏନେଇ ଘର ଲୋକଙ୍କୁ ଡାକି ପୁଇଁନ୍ତଳା ଥାନାରେ ଏତଲା ଦେଇଥିଲେ ସାହିଲଙ୍କ ବାପା । ଏନେଇ ପୋଲିସ ଉକ୍ତ ଶିକ୍ଷକ ସଚିନ କ୍ଷେତିଙ୍କୁ ଉଠାଇ ଆଣି ପଚରା ଉଚରା ପରେ ଗିରଫ କରିଛି । ଏନେଇ କଲେଜକୁ ଯାଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/odia-jawan-martyred-in-jharkhand/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odia-jawan-martyred-in-jharkhand/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.