କେନ୍ଦୁଝର ୨୧/୧୨: ଦିନେ ନୁହେଁ କି ମାସେ ନୁହେଁ। ବର୍ଷ ବର୍ଷ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ ଶିକ୍ଷକ। ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ବି ଲାଗିଲା ୭ ବର୍ଷ। ଏଭଳି ୧୮ ଜଣ ଶିକ୍ଷକଙ୍କୁ ସୋ କାରଣ ଦର୍ଶାଅ ମାଗିଛି ଜିଲ୍ଲା ଶିକ୍ଷା ବିଭାଗ। ଏପରି ଘଟଣା କେନ୍ଦୁଝରରେ ଦେଖିବାକୁ ମିଳିଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କୁ ଯୋଗାଯୋଗ କରାଯାଇଥିଲା।
ସେ କହିଛନ୍ତି ‘’ଅନେକ ସମୟରେ ଶିକ୍ଷା ସହାୟକମାନେ ନିଜ ପସନ୍ଦର ସ୍ଥାନରେ ନିଯୁକ୍ତି ନ ପାଇଲେ ଅନ୍ୟତ୍ର ପଳାଉଛନ୍ତି। ଏହି ୧୮ ଜଣଙ୍କ କ୍ଷେତ୍ରରେ ତାହା ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ତେଣୁ ଏକ ମାସର କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ଏହାର ରିପୋର୍ଟ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ’’ ବୋଲି ଡିଇଓ (ଜିଲ୍ଲା ଶିକ୍ଷାଧିକାରୀ) ଜଣଇଛନ୍ତି।