ଟିଚ୍ ମୟୁରଭଞ୍ଜ କାର୍ଯ୍ୟକ୍ରମ ଉଦଯାପିତ, ଛାତ୍ରଛାତ୍ରୀଙ୍କୁ ଦିଆଗଲା ସ୍ୱେଚ୍ଛାକୃତ ଶିକ୍ଷା ଦାନ
16/12/2022 at 12:11 PM

ବାରିପଦା ୧୬/୧୨: ମୟୂରଭଞ୍ଜ ଜିଲ୍ଲା ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସଦଭାବନା ଗୃହରେ ଟିଚ ମୟୂରଭଞ୍ଜର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି ।
ଚଳିତବର୍ଷ ସ୍କୁଲ ଅଫ ଏଜୁକେସନର ଇନଟିଗ୍ରେଟେଡ଼ ବିଏଡ଼, ଏମ ଏଡ଼, ପ୍ରଥମ ବର୍ଷ, ଦ୍ଵିତୀୟ ବର୍ଷ, ତୃତୀୟ ବର୍ଷ ଛାତ୍ରଛାତ୍ରୀ ସମେତ ଏମ ଏଜୁକେସନର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ ଜିଲ୍ଲାରେ ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ ଥିବା ୭୫ଟି ଏଲି ମେଣ୍ଟାରୀ, ସେକେଣ୍ଡାରି, ହାୟର ସେକେଣ୍ଡାରି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍ୱେଚ୍ଛାକୃତ ଭାବେ ଏକ ମାସ ଧରି ଶିକ୍ଷାଦାନ କରିଥିଲେ । ତେବେ ଏମିତି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀମାନଙ୍କୁ ବେଶ ପ୍ରଶଂସା କରିଛନ୍ତି ।
ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ଥିବା ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଦେବା ଲକ୍ଷରେ ୨୦୧୯ ମସିହାରେ ସ୍କୁଲ ଅଫ ଏଜୁକେସନ ଡିପାର୍ଟମେଣ୍ଟରେ “ଟିଚ ମୟୂରଭଞ୍ଜ” ଅନୁଷ୍ଠାନ ଗଢି ଉଠିଥିଲା । ସେହି ବର୍ଷ ୬ଟି ବ୍ଲକର ଥିବା ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଇଥିଲା । ହେଲେ କୋଭିଡ କାରଣରୁ ୨ବର୍ଷ ଧରି ବନ୍ଦ ରହିଥିଲା ଶିକ୍ଷାଦାନ । ହେଲେ ଚଳିତ ବର୍ଷ ୨୬ଟି ବ୍ଲକରୁ ୨୦ଟି ବ୍ଲକ ସମେତ ୨ ଟି ମ୍ୟୁନିପାଲଟି, ୨ଏନଏସିରେ ଛାତ୍ର ଛାତ୍ରୀମାନଙ୍କୁ ସ୍ୱଚ୍ଛାକୃତ ଶିକ୍ଷାଦାନ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି ।