ଆନ୍ଧ୍ର ପ୍ରଦେଶରେ ଜାରି ରହିବ କି ମୁସଲିମ ସଂରକ୍ଷଣ ? ପ୍ରତିକ୍ରିୟା ରଖିଲା ଟିଡିପି

Published By : Prameya-News7 Bureau | June 07, 2024 IST

HT

ନୂଆଦିଲ୍ଲୀ: ନୂଆ ସରକାର ଗଠନ ପାଇଁ ଦିଲ୍ଲୀରେ ଚାଲିଛି ବୈଠକ। ଜେଡିୟୁ, ଏଲଜେପି ଏବଂ ଟିଡିପି ସଂସଦୀୟ ଦଳର ବୈଠକ ଶେଷ ହୋଇଛି। ଏହି ସମୟରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ରବିନ୍ଦ୍ର କୁମାର ମୁସଲିମ ସଂରକ୍ଷଣ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆନ୍ଧ୍ରରେ ମୁସଲିମ ସଂରକ୍ଷଣ ଜାରି ରହିବ ବୋଲି ସେ କହିଛନ୍ତି।

ଯେତେବେଳେ ଟିଡିପି ନେତା ରବିନ୍ଦ୍ର କୁମାରଙ୍କୁ ପଚରାଯାଇଥିଲା ଯେ ଆନ୍ଧ୍ରପ୍ରଦେଶରେ ମୁସଲମାନ ସଂରକ୍ଷଣ ଜାରି ରହିବ କି ନାହିଁ? ଏହାର ଉତ୍ତରରେ ସେ କହିଛନ୍ତି, "... ହଁ, ଆମେ ଏହାକୁ ଜାରି ରଖିବୁ। ଏଥିରେ କୌଣସି ଅସୁବିଧା ନାହିଁ।" 

ପ୍ରକାଶଥାଉକି, ନିର୍ବାଚନ ସମୟରେ ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ମୁସଲିମ ସଂରକ୍ଷଣ ସମ୍ପର୍କରେ କହିଥିଲେ, ଚାକିରିରେ ୪% ସଂରକ୍ଷଣ ଭଳି କିଛି ସମସ୍ୟା ରହିଛି। ହଁ, ମୁସଲମାନ ଯୋଗ୍ୟ ଅଟନ୍ତି। ଆମେ ସୁରକ୍ଷା ଦେବୁ, କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ।

ଏଥି ସହିତ, ଯେତେବେଳେ ଏନ. ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶରେ ଏନଡିଏ ସହଯୋଗୀ ଟିଡିପି, ଜନସେନା ଏବଂ ବିଜେପିର ମିଳିତ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ। ସେତେବେଳେ ଏଥିରେ ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ବିଷୟରେ ଉଲ୍ଲେଖ କରାଯାଇନାହିଁ। 

ମନିଫେଷ୍ଟୋରେ ମୁଖ୍ୟ ଆକର୍ଷଣ ଥିଲା 'ସୁପର ସିକ୍ସ', ଯେଉଁଥିରେ ୧୯ରୁ ୫୯ ବର୍ଷ ବୟସ୍କ ମହିଳାଙ୍କ ପାଇଁ ମାସିକ 1,500 ଟଙ୍କା, ଯୁବକମାନଙ୍କ ପାଇଁ ୨୦ ଲକ୍ଷ ଚାକିରି କିମ୍ବା ମାସିକ ୩୦୦୦ ଟଙ୍କା ବେକାରୀ ଭତ୍ତା ଏବଂ ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ଅନ୍ତର୍ଭୁକ୍ତ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.