Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୯ ଘଣ୍ଟାର ସଡ଼କ ଯାତ୍ରା ପରେ ବିଜୟୱାଡା CID କାର୍ଯ୍ୟାଳୟକୁ ପହଞ୍ଚିଲେ TDP ନେତା ଚନ୍ଦ୍ରବାବୁ ନାୟଡୁ

9/09/2023 at 9:31 PM

ବିଜୟୱାଡା ୯।୯: ତେଲଗୁ ଦେଶମ ପାର୍ଟି (ଟିଡିପି) ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ନେତା ଏନ.ଚନ୍ଦ୍ରବାବୁ ନାୟଡୁଙ୍କୁ ଶନିବାର ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ବିଜୟୱାଡା କୁଞ୍ଚନପଲ୍ଲୀସ୍ଥିତ ସିଆଇଡି କାର୍ଯ୍ୟାଳୟରେ ହାଜର କରାଯାଇଛି। ଏଥି ପାଇଁ ତାଙ୍କୁ ନାନ୍ଦିଆଲରୁ ବିଜୟୱାଡା ପର୍ଯ୍ୟନ୍ତ ରାସ୍ତାକୁ ସଡ଼କ ପଥରେ ୯ ଘଣ୍ଟା ଯାତ୍ରାକରି  ପାର ହେବାକୁ ପଡିଛି। ନାୟଡୁଙ୍କୁ  କଥିତ କୌଶଳ ବିକାଶ ନିଗମ ଅନିୟମିତତା ମାମଲାରେ ଗିରଫ କରାଯାଇଥିଲା। ସିଆଇଡି କାର୍ଯ୍ୟାଳୟରେ ଅଫିସିଆଲ ପ୍ରକ୍ରିୟା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ସଡ଼କ ପଥରେ ନାୟଡୁଙ୍କ ଯାତ୍ରା କାଳରେ ଟିଡିପି ସମର୍ଥକମାନେ ସ୍ଥାନେସ୍ଥାନେ ରାସ୍ତା ରୋକ କରିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇ ଦେଇଥିଲା। ଆନ୍ଧ୍ରପ୍ରଦେଶ ସିଆଇଡି ମୁଖ୍ୟ ସଞ୍ଜୟ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କୁ ବିଜୱାଡା ଆଣିବା ପାଇଁ ଆମେ ହେଲିକପ୍ଟର ବ୍ୟବସ୍ଥା କରିଥିଲୁ। ତେବେ ନାୟଡୁ ନିଜେ ଏଥି ପାଇଁ ମନା କରିଦେଇଥିଲେ ଓ ସଡ଼କମାର୍ଗରେ ତାଙ୍କୁ ହାଜର କରିବାକୁ କହିଥିଲେ। ତେବେ ବିଭାଗ ନାୟଡୁଙ୍କ ବୟସ ଓ ସ୍ୱାସ୍ଥ୍ୟଗତ ସ୍ଥିତିକୁ ନଜରରେ ରଖି ସବୁ ପ୍ରକାର ବ୍ୟବସ୍ଥା କରିଥିଲା ବୋଲି ସଞ୍ଜୟ କହିଛନ୍ତି।

ସେହିପରି ବିଜୟୱାଡା ପୋଲିସ କମିଶନର କହିଛନ୍ତି ଯେ ନାୟଡୁଙ୍କୁ କୋର୍ଟ ଓ ହସ୍ପିଟାଲ ନିଆଯିବା ରାସ୍ତାର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେ ଯେଉଁ ରାସ୍ତା ଦେଇଯିବେ ସେହି ସବୁ ରାସ୍ତାକୁ ଦୁଇରୁ ୩ ସ୍ତରୀୟ ସୁରକ୍ଷା ସହିତ ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିଲାଗି ପାଖାପାଖି ୬୦୦ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା କମିଶନର କହିଛନ୍ତି। ତେବେ ଏହି ସୁରକ୍ଷା କେତେ ସମୟ ପର୍ଯ୍ୟନ୍ତ ରହିବ ସେ ବାବଦେ କମିଶନର କୌଣସି ସୂଚନା ଦେଇ ନାହାନ୍ତି। ହେଲେ ଏହି ସୁରକ୍ଷା ନାୟଡୁଙ୍କୁ କୋର୍ଟ, ହସ୍ପିଟାଲ ଓ ସେଠାରୁ ଜେଲ ପହଞ୍ଚାଯିବା ପର୍ଯ୍ୟନ୍ତ ରହିପାରେ ବୋଲି ଅନୁମାନ କରାଯାଉଛି।

କୌଶଳ ଦୁର୍ନୀତି ମାମଲା, ବନ୍ଧା ହେଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

   Related Posts