ଦକ୍ଷିଣରେ ବିଜେପିକୁ ମିଳିବେ ପୁରୁଣା ସହଯୋଗୀ, ଦିଲ୍ଲୀ ଗସ୍ତରେ ଟିଡିପି ମୁଖିଆ ଚନ୍ଦ୍ରବାବୁ ନାଇଡୁ

Published By : Prameya-News7 Bureau | February 07, 2024 IST

ନୂଆଦିଲ୍ଲୀ ୦୭/୦୨: ଲୋକସଭା ନିର୍ବାଚନକୁ ହାତଗଣତି କିଛି ମାସ ବାକି ଅଛି । ଏହା ପୂର୍ବରୁ ରାଜନୀତିରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣିଥରେ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶରେ ନିଜର ପୁରୁଣା ସହଯୋଗୀଙ୍କ ସମର୍ଥନ ପାଇପାରନ୍ତି ।

କାରଣ ପୂର୍ବତନ ରାଜ୍ୟ ସିଏମ ଏବଂ ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଫେରିପାରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି କଳ୍ପନାଜଳ୍ପନା ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ବୁଧବାର ଦିଲ୍ଲୀ ଗସ୍ତ କରିଛନ୍ତି ।

ଏହି ସମୟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂତ୍ରରୁ ଜଣାପଡିଛି ଯେ ଉଭୟ ଦଳ ଏକାଠି ହେବାକୁ ରାଜି ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ଘୋଷଣା କିମ୍ବା ସରକାରୀ ନିଶ୍ଚିତକରଣ କରାଯାଇ ନାହିଁ ।

ଏହା ନିଶ୍ଚିତ ଭାବରେ କୁହାଯାଇଥିଲା ଯେ ଅମିତ ଶାହା ଏବଂ ଜେପି ନଡାଙ୍କ ସହ ପ୍ରସ୍ତାବିତ ବୈଠକରେ ପୂର୍ବତନ ଆନ୍ଧ୍ର ସିଏମଙ୍କ ମିଳିତ ମଞ୍ଚ ଉପରେ ଆଲୋଚନା କରାଯାଇପାରେ । ଆନ୍ଧ୍ରର ମୋଟ ୨୫ଟି ଲୋକସଭା ଆସନ ମଧ୍ୟରୁ ୧୦ ଟି ଆସନ ବିଜେପି ଚାହିଁଥିବାବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଲୋଚନା ଚାଲିଛି। ବୁଧବାର ବୈଠକ ପରେ ଏହି ମିଳିତ ମଞ୍ଚର ସରକାରୀ ସୂଚନା ପ୍ରକାଶ ପାଇପାରିବ।

you can also read...

wp:embed {"url":"https://www.prameyanews7.com/ajit-pawar-led-faction-is-the-real-nationalist-congress-party-poll-panel/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ajit-pawar-led-faction-is-the-real-nationalist-congress-party-poll-panel/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.