ଲାଞ୍ଚ ନେଇ ନିଯୁକ୍ତି ମାମଲା, ୬ ଜଣକୁ ବିଦା କଲା TCS; ବାର୍ଷିକ ସାଧାରଣ ବୈଠକରେ ସୂଚନା ଦେଲେ ଅଧ୍ୟକ୍ଷ
30/06/2023 at 6:23 PM

ନୂଆଦିଲ୍ଲୀ, ୩୦/୦୬: ଦେଶର ସବୁଠୁ ବଡ଼ ଆଇଟି କମ୍ପାନି, ଟାଟା କନସଲଟେନ୍ସି ସର୍ଭିସେସ୍ (TCS)ରେ ଲାଞ୍ଚ ନେଇ ନିଯୁକ୍ତି ଘୋଟାଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କମ୍ପାନି। ଟିସିଏସ ଏହି ଅଭିଯୋଗରେ ୬ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହା ବ୍ୟତୀତ ଛଅ ବ୍ୟବସାୟିକ ସହଯୋଗୀ କମ୍ପାନିଙ୍କ ଉପରେ ମଧ୍ୟର ପ୍ରତିବନ୍ଧକ ଲଗାଇଛି। ଏନେଇ ସୂଚନା ଦେଇଛନ୍ତି ଟିସିଏସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ।
ଟିସିଏସର ବାର୍ଷିକ ସାଧାରଣ ବୈଠକ (AGM)ରେ ଶେୟାରହୋଲ୍ଡର୍ସଙ୍କ ପ୍ରଶ୍ନର ଉତ୍ତର ରଖି ଏହି ପ୍ରସଙ୍ଗଷର ପ୍ରଥମର କମ୍ପାନି ତରଫରୁ ସଫେଇ ରଖିଛନ୍ତି। ଶେୟାରହୋଲ୍ଡର୍ସଙ୍କ ସହ କଥା ହୋଇ ଏନ ଚନ୍ଦ୍ରଶେଖରନ କହିଛନ୍ତି ଯେ, ‘‘ଆମେ ଛଅ କର୍ମଚାରୀଙ୍କୁ ବାହାର କରିଛୁ ଯେଉଁମାନଙ୍କ ଆଚରଣ କମ୍ପାନିର ନୈତିକତା ବିରୋଧରେ ଥିଲା। ଏମାନଙ୍କ ବ୍ୟବହାରରୁ ଜଣାପଡ଼ିଥିଲା ଯେ ସେମାନେ କିଛି କମ୍ପାନିଙ୍କ ପାଇଁ କାମ କରୁଥିଲେ। ଆହୁରି ମଧ୍ୟ ଛଅ ବ୍ୟବସାୟିକ ସହଯୋଗୀଙ୍କ ମଧ୍ୟ ବ୍ୟାନ କରାଯାଇଛି। ଏମାନେ ଟିସିଏସ ପାଇଁ ନିଯୁକ୍ତି କରୁଥିଲେ।’’ ତିନି କର୍ମଚାରୀଙ୍କ ଉପରେ ଏବେବି ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ଚନ୍ଦ୍ରଶେଖରନ।
ସେ ଆହୁରି କହିଛନ୍ତି କମ୍ପାନି ସମଗ୍ର ବ୍ୟବସାୟିକ ଯୋଗାଣ ପରିଚାଳନାରେ ଥିବା ଦୁର୍ବଳତା ଏବଂ ଅଭାବର ସମୀକ୍ଷା କରିବ। ଆଉ ଏହା ସୁନିଶ୍ଚିତ କରିବ ଯେ ଏଭଳି ଘଟଣା ଯେପରି ପୁଣି ଥରେ ନହେବ। କର୍ମଚାରୀଙ୍କ ଆଚରଣ ନୈତିକତା ପୂର୍ଣ୍ଣ ରହିବା ଦରକାର। ଯାହା କୌଣସି ଆର୍ଥିକ କାରବାର ଠାରୁ ଗୁରୁତ୍ବପୂର୍ଣ୍ଣ। ଏମିତିରେ ଯଦି କର୍ମଚାରୀଙ୍କ ନୈତିକ ଆଚରଣର ଉଲ୍ଲଘଂନ ହେଉଛି, ତେବେ ବରିଷ୍ଠଙ୍କୁ ଦୁଃଖ ହୋଇଥାଏ। ଆମେ ଏହାକୁ ଗୁରୁତ୍ବର ସହ ନେଉଛୁ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ।
ଆହୁରି ପଢ଼ନ୍ତୁ: ଛଟେଇ ନୁହେଁ ନିଯୁକ୍ତି; ମାନ୍ଦା ସମୟରେ ହୃଦୟ ଖୋଲା କଲା TCS