ମୁମ୍ଵାଇ ୩୦।୦୮: ଆମେରିକାର ପ୍ରସିଦ୍ଧ ଗାୟକ ଟେଲର ସ୍ଵିଫ୍ଟ । ଭିଏନାରେ ତାଙ୍କର ତିନୋଟି କନ୍ସର୍ଟକୁ ବାତିଲ କରିଛନ୍ତି। ଆମେରିକାର ଗୁପ୍ତଚର ସଂସ୍ଥା ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ହଜାର ହଜାର ପ୍ରଶଂସକଙ୍କୁ ଟାର୍ଗେଟ କରିବା ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା। ଏହି ସୂଚନାକୁ ସିଆଇଏର ଡେପୁଟି ଡାଇରେକ୍ଟର ଡେଭିଡ କୋହେନ ପ୍ରଦାନ କରିଛନ୍ତି।
ଇସଲାମିକ୍ ଷ୍ଟେଟ୍ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଣେ ୧୯ ବର୍ଷୀୟ ସନ୍ଦିଗ୍ଧ ଅଧିକାରୀଙ୍କ କହିବାନୁସାରେ, କନସର୍ଟ ବାହାରେ ପ୍ରଶଂସକଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହି ଆକ୍ରମଣରେ ବୋମା ଏବଂ ଛୁରୀ ବ୍ୟବହାର କରିବାର ଯୋଜନା ଥିଲା। ଭିଏନାର ଏର୍ନଷ୍ଟ ହାପେଲ ଷ୍ଟାଡିୟମରେ ୬୦,୦୦୦ ରୁ ଅଧିକ ଲୋକ ଉପସ୍ଥିତ ଥିବାବେଳେ ହଜାର ହଜାର ଲୋକ ବିନା ଟିକେଟରେ ଏକାଠି ହେବାକୁ ଯାଉଥିଲେ। ଏଭଳି ପରିସ୍ଥିତିରେ ଏହି ଆକ୍ରମଣ ଅତ୍ୟନ୍ତ ସାଂଘାତିକ ହୋଇପାରେ।
ଆମେରିକାର ଗୁପ୍ତଚର ସଂସ୍ଥା ସୂଚନା ଦେଇଛି
ଆମେରିକାର ସୁପରଷ୍ଟାର ଟେଲର ସ୍ଵିଫ୍ଟ ତାଙ୍କ ରେକର୍ଡ ଭାଙ୍ଗିଥିବା ଏରାସ ଟୁରର ଏକ ଅଂଶ ଭାବରେ ଅଗଷ୍ଟରେ ଭିଏନାରେ ତିନୋଟି ସୋ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରରେ ଅଧିକାରୀମାନେ ଦୁଇ ଯୁବକଙ୍କୁ ଗିରଫ କରିବା ପରେ ତାଙ୍କ କନସର୍ଟକୁ ବାତିଲ କରି ଦେଇଥିଲେ। ଆମେରିକାର ଗୁପ୍ତଚର ସଂସ୍ଥା ଏହି ଯୋଜନା ବିଷୟରେ ଅଷ୍ଟ୍ରିଆ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଗଷ୍ଟ ୬ରେ ଗିରଫ କରାଯାଇଥିଲା।
କ’ଣ କହିଲେ ଟେଲର ସ୍ୱିଫ୍ଟ?
ଟେଲର ସ୍ୱିଫ୍ଟ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଭିଏନାରେ ଶୋ’ର ବାତିଲ ତାଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା । ସେ କହିଛନ୍ତି ଯେ ଯେତେବେଳେ ସେ କାର୍ଯ୍ୟକ୍ରମ ବାତିଲ ହେବାର କାରଣ ଜାଣିଲେ ସେତେବେଳେ ସେ ଡରି ଯାଇଥିଲେ। ସ୍ଵିଫ୍ଟ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲୁ। କନସର୍ଟ ବାତିଲ ହେବା ପରେ ପ୍ରଶଂସକମାନେ ବହୁତ ଦୁଃଖି କିଛି ପ୍ରଶଂସକ ସୋସିଆଲ ମିଡିଆରେ ନିଜର ଭାବନା ବାଣ୍ଟି କହିଥିଲେ ଯେ ଏହା ସେମାନଙ୍କ ପାଇଁ ଏକ ବଡ କ୍ଷତି।