୭ ଘଣ୍ଟା ଶୋଇ ରହି କାର ଡ୍ରାଇଭର ରୋଜଗାର କଲେ ୧୧ ଲକ୍ଷ ଟଙ୍କା, ନିଦରୁ ଉଠି ହୋଇଗଲେ ଆଶ୍ଚର୍ଯ୍ୟ : ଜାଣନ୍ତୁ କିପରି

Published By : Prameya-News7 Bureau | February 19, 2021 IST

ନୂଆଦିଲ୍ଲୀ ୧୯/୦୨ : କେହି କ’ଣ ଶୋଇକି ମଧ୍ୟ ପଇସା ରୋଜଗାର କରିପାରିବେ ? ସମସ୍ତେ ଏହି କଥା ଶୁଣି ହସିବେ । କିନ୍ତୁ ଜଣେ ୨୬ ବର୍ଷୀୟ ଟ୍ୟାକ୍ସି ଡ୍ରାଇଭର ଏହାକୁ ସମ୍ଭବ କରି ଦେଖାଇଛନ୍ତି । ସେ ଲଗାତାର ଭାବେ ୭ ଘଣ୍ଟା ଶୋଇ ରୋଜଗାର କରିଛନ୍ତି ୧୧ ଲକ୍ଷ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହା ଜଣାପଡିବା ପରେ ଅନେକ ଲୋକ ତାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ।

ସୂଚନା ଅନୁସାରେ, ଯୁବକଜଣକ ହେଉଛନ୍ତି ଏସିଆନ୍‌ ଆଣ୍ଡି ଏବଂ ସେ ଗୋଟିଏ ୟୁ-ଟ୍ୟୁବ୍ ଚ୍ୟାନେଲ ଚଳାନ୍ତି । ଏହା ଛଡା ସେ ଲାଇଭ ଷ୍ଟ୍ରିମିଂ ମଧ୍ୟ କରନ୍ତି । ତେବେ ସେହି ଲାଇଭ୍‌ ଷ୍ଟ୍ରିମିଂ ମାଧ୍ୟମରେ ହିଁ ସେ ପ୍ରାୟ ୧୧ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଭିଡିଓରେ ସେ ଶୋଇଥିବା ନଜର ଆସୁଛନ୍ତି ଏବଂ ଲୋକମାନେ ତାଙ୍କୁ ଟଙ୍କା ଦାନକରି ଡିଷ୍ଟର୍ବ କରିବାକୁ ଚେଷ୍ଟା କରୁଛନ୍ତି ।

କିନ୍ତୁ ସବୁ ପ​‌ରେ ମଧ୍ୟ ସେ ଶୋଇ ରହିଥିଲେ । ତାଙ୍କର ନିଦ ଭାଙ୍ଗିନଥିଲା । ଏହିଭଳି ଭାବେ ​‌ସେ ପ୍ରାୟ ୭ ଘଣ୍ଟା ଶୋଇ ରହି ରୋଜଗାର କରିଛନ୍ତି ୧୧ ଲକ୍ଷ ଟଙ୍କା । ୟୁ-ଟ୍ୟୁବ୍‌ରେ ଏହି ଭିଡିଓକୁ ପ୍ରାୟ ୪୦ ଲକ୍ଷ ଲୋକ ଦେଖିସାରିଲେଣି । ତେବେ ତାଙ୍କର ନିଦ ଭାଙ୍ଗିବା ପରେ ସେ ଦେଖିବାକୁ ପାଇଥିଲେ ଯେ, ଅନେକ ପ୍ରଶଂସକ ତାଙ୍କୁ ଟଙ୍କା ଦାନ କରିଛନ୍ତି । ୭ ଘଣ୍ଟା ନିଦରେ ଶୋଇବା ପରେ ସେ ରୋଜଗାର କରିଛନ୍ତି ୧୧ ଳକ୍ଷ ଟଙ୍କା । ଏହା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.