scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କସିନୋ ଚେନ୍ ଡେଲ୍ଟା କର୍ପକୁ ୧୧,୧୩୯ କୋଟିର ଟ୍ୟାକ୍ସ ନୋଟିସ୍‌, କମ୍ ଜିଏସଟି ଦେବାନେଇ ମଧ୍ୟ ରହିଛି ଅଭିଯୋଗ

23/09/2023 at 4:51 PM

ନୂଆଦିଲ୍ଲୀ: କସିନୋ ଚେନ୍ ଡେଲ୍ଟା କର୍ପକୁ ୧୧,୧୩୯ କୋଟିର ଟ୍ୟାକ୍ସ ନୋଟିସ୍‌। ଭାରତର ସବୁଠୁ ବଡ଼ କ୍ୟାସିନୋ ଚେନ୍‌ ଡେଲ୍ଟା କର୍ପ ଏନେଇ ଷ୍ଟକ୍‌ ଏକ୍ସଚେଞ୍ଜକୁ ସୂଚନା ଦେଇଚି। ଶୁକ୍ରବାର ସଂସ୍ଥା କହିଛି ଯେ, ତାକୁ ୧୧,୧୩୯ କୋଟି ଟଙ୍କାର ଜିଏସଟି ନୋଟିସ୍‌ ମିଳିଛି। ଏହି ନୋଟିସ୍ ଡାଇରେକ୍ଟର ଜେନେରାଏ ଅଫ୍‌ ଜିଏସଟି ଇଣ୍ଟେଲିଜେନ୍ସ, ହାଇଦ୍ରାବାଦ ତରଫରୁ ପଠାଯାଇଛି।

ଏହି ନୋଟିସ୍‌ରେ ଜୁଲାଇ ୨୦୧୭ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସୁଧ ଏବଂ ଜରିମାନା ସହ ୧୧,୧୩୯ କୋଟି ଟଙ୍କାର ଟ୍ୟାକ୍ସ ଅଭିଯୋଗ ରହିଛି। ଏହା ସହ କମ୍ପାନିକୁ ଏକ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିବା ନେଇ ମଧ୍ୟ ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଙ୍ଗ୍‌ରେ କହିଛି। ତେବେ ଏହି ଟ୍ୟାକ୍ସ ମୂଲ୍ୟ କସିନୋରେ ଖେଳାଯାଇଥିବା ସବୁ ଖେଳର ଗ୍ରସ୍‌ ଭ୍ୟାଲ୍ୟୁ ଉପରେ ଲାଗୁ ହୋଇଛି । ଅବଶ୍ୟ କମ୍ପାନି କହିଛି ନୋଟିସ୍‌ ଏକତରଫା ଏବଂ ଆଇନ ବିରୋଧୀ ଏବଂ ଏହାକୁ ଚାଲେଞ୍ଜ କରିବ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ଗେମ୍‌, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮% ଜିଏସ୍‌ଟି ଲାଗୁ ହେବ, ୬ ମାସ ପରେ ସମୀକ୍ଷା କରିବେ ସରକାର

ସୂଚନାଥାଉକି, ନିକଟରେ ଜିଏସଟି କାଉନସିଲ୍‌ କସିନୋ ଅନଲାଇନ ଗେମିଂ ଏବଂ ଘୋଡ଼ାଦୌଡ଼ ଉପରେ ୨୮ ପ୍ରତିଶତ ବଜାୟ ରଖିଛନ୍ତି। ଅକ୍ଟୋବର ୧ରୁ ଲାଗୁ ହୋଇପା​​‌ରେ ଏବଂ ଲାଗୁ ହେବାର ଛଅ ମାସ ପରେ ପୁଣି ସମୀକ୍ଷା ହେବ।

   Related Posts