ଆଜି ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ : ସାବଧାନ ରୁହନ୍ତୁ ବୃଷ ରାଶିର ବ୍ୟକ୍ତି

Published By : Prameya-News7 Bureau | November 30, 2020 IST

wp:heading {"align":"left","level":5}
୨୦୨୦ମସିହାର ଶେଷ ଚନ୍ଦ୍ରଗ୍ରହଣ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ିଛି। ଏହି ଗ୍ରହଣ ଭାରତ ସମେତ କେତେକ ଦେଶରେ ହେବ। ୨୦୨୦ ମସିହା ନଭେମ୍ବର ୩୦ରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ହେବ। ଗ୍ରହଣ ଦ୍ବିପ୍ରହର ୧.୦୪ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫.୨୨ରେ ଶେଷ ହେବ। ସୂଚନା ଅନୁଯାୟୀ ଏହା ଏକ ଉପଛାୟା ଗ୍ରହଣ ହେବ ଯାହାକୁ ଖାଲି ଆଖିରେ ଦେଖାଯାଇ ପାରିବ ନାହିଁ। ଭାରତରେ ଏହି ଗ୍ରହଣର ପ୍ରଭାବ କିଛି ଖାସ୍ ହେବ ନାହିଁ। ବର୍ଷର ଶେଷ ସୂର୍ଯ୍ୟ ପରାଗ ୨୦୨୦ ଡିସେମ୍ବର ୧୪ତାରିଖରେ ହେବ।
/wp:heading wp:heading {"level":5}
ନଭେମ୍ବର ୩୦ତାରିଖରେ ପଡ଼ୁଥିବା ଚନ୍ଦ୍ର ଗ୍ରହଣ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ପଡ଼ିବ ଯାହା ଫଳରେ ଏହାର ପ୍ରଭାବ ଜ୍ୟୋତିଷ ଅନୁସାରେ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ।
/wp:heading wp:heading {"level":5}
କୁହାଯାଏ ଯେ ବ୍ୟକ୍ତିଙ୍କ ଜୀବନରେ ଯେତେବେଳେ ଚନ୍ଦ୍ରର ପ୍ରଭାବ ଥିବ ସେତେବେଳେ ସେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥାନ୍ତି। ଏହା ଦ୍ବାରା ଆପଣଙ୍କୁ ଡରିବାର ଆବଶ୍ୟକତା ନାହିଁ। ଚନ୍ଦ୍ରଙ୍କ କୁପ୍ରଭାବରୁ ବର୍ତ୍ତିବା ପାଇଁ ନିଜ ମାଙ୍କ ସେବା କରନ୍ତୁ ଏବଂ ତାଙ୍କୁ ପ୍ରସନ୍ନ ରଖିବାକୁ ଉଦ୍ୟମ କରନ୍ତୁ।
/wp:heading wp:heading {"level":5}
ବୃଷ ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ : ବୃଷ ରାଶିର ବ୍ୟକ୍ତିଙ୍କୁ ଗ୍ରହଣ ସମୟରେ ଏବଂ କିଛି ଦିନ ପୂର୍ବରୁ ଏବଂ ପରେ ସାବଧାନତା ଅବଲମ୍ବନ କରିବା ଉଚିତ୍। ଖାସ୍ କରି ଏହି ସମୟରେ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିବ।
/wp:heading wp:heading {"level":4}

ଚନ୍ଦ୍ର ଗ୍ରହଣର ତିଥି ଏବଂ ସମୟ :

/wp:heading wp:heading {"level":5}
ଗ୍ରହଣ ଆରମ୍ଭ ୨୦୨୦ ନଭେମ୍ବର ୩୦ ଦ୍ବିପ୍ରହର ୧.୦୪ରେ।
/wp:heading wp:heading {"level":5}
ଗ୍ରହଣର ମଧ୍ୟକାଳ୨୦୨୦ ନଭେମ୍ବର ୩୦ ଦ୍ବିପ୍ରହର ୩.୧୩ରେ।
/wp:heading wp:heading {"level":5}
ଗ୍ରହଣ ସମାପ୍ତ ୨୦୨୦ ନଭେମ୍ବର ୩୦ ତାରିଖ ସନ୍ଧ୍ୟା ୫.୨୨ରେ।
/wp:heading wp:heading {"level":5}
ସାବଧାନ ରୁହନ୍ତୁ ଗର୍ଭବତୀ ମହିଳା : ଜ୍ୟୋତିଷଙ୍କ ଅନୁସାରେ ପ୍ରତ୍ୟେକ ଗ୍ରହଣର ଏକ ସୂତକ କାଳ ରହିଥାଏ ଯେଉଁ ସମୟରେ ଧ୍ୟାନ ଏବଂ ମନ୍ତ୍ର ଜପ ବ୍ୟତୀତ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ। କିନ୍ତୁ ଯଦି ଏହି ଗ୍ରହଣ ଉପଛାୟା ଗ୍ରହଣ ତେବେ କୌଣସି ସୂତକ କାଳ ହେବ ନାହିଁ। କିନ୍ତୁ ଗ୍ରହଣ ସମୟରେ ଗର୍ଭବତୀ ମହିଳା ଘରର ବୟସ୍କଙ୍କ ପରାମର୍ଶ ଅନୁସାରେ କିଛି ଉପାୟ କରି ପାରିବେ। ଅଧିକ ସୂଚନା ପାଇଁ ନିଜ ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ନେଇ ପାରିବେ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.