ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ଟାଟୁ ଦୋକାନ

Published By : Prameya-News7 Bureau | February 19, 2024 IST

ଟିଟିଲାଗଡ଼: ଟାଟୁ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହୋଇଗଲା ଟାଟୁ​ ଦୋକାନ। ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ରାଜକନଓ୍ବର ପାର୍କ ପାଖରେ ଥିବା ଏକ ଟାଟୁ ଦୋକାନରେ।

ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୋକାନ ଭିତରେ ଥିବା ଇନଭଟର ବ୍ୟାଟେରିରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଦୋକାନ ସର୍ଟର ଭାଙ୍ଗିଯାଇଥିବା ନିଆଁ ସଂପୂର୍ଣ୍ଣ ଦୋକାନରେ ଲାଗିଯାଇଥିଲା। ଯେଉଁଥିରେ ଦୋକାନରେ ଥିବା ସମସ୍ତ ସରଞ୍ଜାମ ଏବଂ ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ATM ଲୁଟ୍‌ ଉଦ୍ୟମ ଫେଲ୍‌, ସ୍ଥାନୀୟ ଲୋକଙ୍କୁ ଦେଖି ଦୁର୍ବୃତ୍ତ ଚମ୍ପଟ

ଘଟଣା ସ୍ଥଳରେ ଟିଟିଲାଗଡ଼ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ସୌଭାଗ୍ୟବସତଃ ଦୋକାନଟି ବନ୍ଦ ଥିବା ସମୟରେ ଏହି ଅଘଟଣ ଘଟିଥିବାରୁ କାହାରି ଜୀବନ ହାନି ହୋଇନାହିଁ । କିନ୍ତୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବାର ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.