Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରବୀଣ ନାଁରେ ଟାଟୁ, ବ୍ରେକଅପ୍ ପରେ ସାହିଲ୍‌ର ନିକଟତର… ସାକ୍ଷୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା

30/05/2023 at 12:02 AM

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ ସାକ୍ଷୀ ନାମକ ନାବାଳିକାଙ୍କ ଜଘନ୍ୟ ହତ୍ୟାକାଣ୍ଡରେ ଏ ପର୍ଯ୍ୟନ୍ତ ଅନେକ ଖୁଲାସା ହୋଇ ସାରିଛି। ନାବାଳିକାର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ଶରୀରରେ ୧୬ଟି ଜାଗାରେ ଛୁରୀ ମାଡ଼ର ଚିହ୍ନ ରହିଛି। ଏଥିରୁ ୬ଟି ବେକରେ ଥିବା ବେଳେ ୧୦ଟି ଛୁରୀ ମାଡ଼ର ଚିହ୍ନ ପେଟରେ ରହିଛି। ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ସିସିଟିଭି ଫୁଟେଲ୍ ସାମ୍ନାକୁ ଆସିଛି। ଏଥିରୁ ଦେଖିବାକୁ ମିଳିଛି ଯେ, ସାହିଲ୍ ଗଳିରେ ପୂର୍ବରୁ ଛକି କି ରହିଛି। ଯେମିତି ସାକ୍ଷୀ ସେହି ରାସ୍ତା ଦେଇ ଆସୁଛି, ସାହିଲ ସାକ୍ଷୀ ଉପରେ ଅତର୍କିତ ଆକ୍ରମଣ କରୁଛି।

ଅନ୍ୟପଟେ ସଦ୍ୟତମ ଖବର ଅନୁଯାୟୀ, ସାକ୍ଷୀଙ୍କ ବର୍ଷେ ପୂର୍ବେ ପ୍ରବୀଣ ନାମକ ଜଣେ ଯୁବକଙ୍କ ସହ ବ୍ରେକଅପ୍ ହୋଇଥିଲା। ଏହା ପରେ ସାହିଲ୍ ଆଡ଼କୁ ଢଳିଥିଲେ ସାକ୍ଷୀ। ପୁଣି ଥରେ ପ୍ରବୀଣଙ୍କ ସହ କଥା ହେବା ଆରମ୍ଭ କରିବା ସହ ସାହିଲଠୁ ଦୂରେଇବାରେ ଲାଗିଥିଲେ। ଏହାକୁ ସହଜରେ ଗ୍ରହଣ କରି ପାରିନଥିଲା ସାହିଲ୍। ଏହାକୁ ନେଇ ଶନିବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପୋଲିସର କହିବା କଥା ଅଭିଯୁକ୍ତକୁ ଜେରା କରିବା ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିବ। ସାକ୍ଷୀ ପ୍ରବୀଣ ନାମରେ ଟାଟୁ ବନାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

आरोपी साहिल और साक्षी की फाइल फोटो.

ଦୁନିଆ ଶାନ୍ତିରେ  ଜିଇଁବାକୁ ଦେଉନି, ଆତଙ୍କ ମଚାଇବା ଜରୁରୀ

ଅନ୍ୟପଟେ ସାହିଲର ଇନଷ୍ଟାଗ୍ରାମ ପ୍ରତି ଅହେତୁକ ରୁଚି ରହିଛି। ଏଥିରେ ତାର ମଦ ପିଇ ପ୍ରେମାଳପର ଦୃଶ୍ୟ ଦେଖିବାକୁ ମିଳିଛି। ତାର ରିଲ୍ସ ପ୍ରତି ମଧ୍ୟ ସଉକ ରହିଛି। ଏପରିକି ହୁକ୍କା ପିଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଦୁନିଆ ଶାନ୍ତିରେ ଜିଇଁବାକୁ ଦେଉନି ଭାଇ, ଆତଙ୍କ ଖେଳାଇବା ଜରୁରୀ ବୋଲି ଏକ ରିଲ୍ସରେ ସାହିଲ୍ କହୁଥିବା ଦେଖିବାକୁ ମିଳିଛି। ନିଜ ହାତରେ ସାହିଲ୍ ଫିତା ବାନ୍ଧିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏମିତି ଅନେକ ଭିଡିଓ ରହିଛି ଯେଉଁଥିରେ ସେ ମଦ ପିଉଥିବା ଏବଂ ସିଗାରେଟ୍ ଟାଣୁଥିବା ଦେଖାଯାଇ ପାରିବ।

10 दिन से दोस्त के घर में थी बेटी, साहिल के बारे में कई बार पूछा पर...  बोलीं साक्षी की मां - sakshi murder case delhi by sahil stabbed to death  CCTV

ସୂଚନାଯୋଗ୍ୟ, ଦିଲ୍ଲୀର ଯେଉଁ ଶାହବାଦ ଡାଏରୀ ଅଞ୍ଚଳରେ ସାକ୍ଷୀଙ୍କୁ ନୃଶଂସ ହତ୍ୟା କରାଯାଇଛି, ସେହି ଅଞ୍ଚଳରେ ସାହିଲ୍‌ ରହେ। ଝିଅର ନୃସଂଶ  ହତ୍ୟା ପରେ ପୀଡ଼ିତ ପରିବାର ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ସାକ୍ଷୀଙ୍କ ମାଆଙ୍କ କହିବା କଥା ଝିଅ ୧୦ ଦିନ ନିଜ ସାଙ୍ଗ ନୀତୁ ଘରେ ଥିଲା। ନୀତୁ ପୁଅର ଜନ୍ମଦିନ ଥିବା କହି ସେ ଘରୁ ବାହାରିଥିଲା। ସେ ସର୍ବଦା ନୀତୁ ଘରକୁ ଯାଉଥିଲା ଏବଂ ସେଠାରେ ରହୁଥିଲା। ନୀତୁର ସ୍ଵାମୀ ବର୍ତ୍ତମାନ ଜେଲ୍‌ରେ ଥିବା ସାକ୍ଷୀଙ୍କ ମାଆ କହିଛନ୍ତି।

Sakshi murder case: Accused Sahil's father says 'he is not a minor', family  didn't know he could be so brutal

ଦିଲ୍ଲୀ ପୋଲିସର ଡେପୁଟୀ କମିଶନର ସୁମନ ନଲଓ୍ଵାନେ କହିଛନ୍ତି, ଅଭିଯୁକ୍ତ ମହମ୍ମଦ ସାହିଲକୁ ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଗିରଫ କରାଯାଇଛି। ସେ ଜଣେ ମେକାନିକ ଏବଂ ରେଫ୍ରିଜେରେଟର ତିଆରି କରେ। ମାମଲାର ତଦନ୍ତ ଜାରି ରହିଛି। ଅଭିଯୁକ୍ତକୁ କେମିତି ଅଧିକରୁ ଅଧିକ ସଜା ମିଳିବ ପୋଲିସ ସେ ଦିଗରେ ଉଦ୍ୟମ କରିବ ବୋଲି ଡେପୁଟୀ କମିଶନର କହିଛନ୍ତି।

ଏ ଖବର ପଢନ୍ତୁ- ସାମାନ୍ୟ ବଚସାରୁ ୧୬ ବର୍ଷର ନାବାଳିକାକୁ ବିଭତ୍ସ ହତ୍ୟା, ୪୦ ଥର ଛୁରାମାଡ ସହ ପଥରରେ ଛେଚିଲା ପ୍ରେମିକ

ପୋଲିସ ଏହା ମଧ୍ୟ କହିଛି ଯେ, ସାହିଲ ଏବଂ ସାକ୍ଷୀ ରିଲେସନସିପରେ ଥିଲେ। ମାତ୍ର ରବିବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ସାକ୍ଷୀ ଯେବେ ସାଙ୍ଗ ନୀତୁର ପୁଅର ଜନ୍ମଦିନରେ ଯୋଗ ଦେବା ପାଇଁ ଘରୁ ବାହାରିଥିଲା, ସାହିଲ୍ ତାକୁ ଗଳିରେ ଅଟକାଇଥିଲା। ଉଭୟଙ୍କ ମଧ୍ୟରେ ପୁଣି ଥରେ ଯୁକ୍ତିତର୍କ ହୋଇଥିଲା। ହତ୍ୟା ଉଦ୍ଦେଶରେ ଆସିଥିବା ସାହିଲ ଛୁରି ଧରି ସାକ୍ଷୀ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହି ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି।

   Related Posts