ଓଡ଼ିଶାର ପିଣ୍ଟୁ ବିରାଟଙ୍କ ପାଇଁ ନିଜ ଶରୀରରେ କରିଛନ୍ତି ୧୫ଟି ଟାଟୁ

Published By : Prameya-News7 Bureau | December 15, 2019 IST

ବ୍ରହ୍ମପୁର ୧୫।୧୨ - ବାରବାଟୀ ଦିନିକିଆକୁ ଆଉ ମାତ୍ର ୭ ଦିନ।ମ୍ୟାଚ ଦେଖିବା ପାଇଁ କ୍ରିକେଟପ୍ରେମୀଙ୍କ ମନରେ ନାହିଁ ନଥିବା ଉତ୍ସାହ। ଟିକେଟ ପାଇଁ ଅନଲାଇନରେ ବୁକିଂ ମଧ୍ୟ ସରିଲାଣି।ହେଲେ ବିରାଟଙ୍କ ଜବରା ଫ୍ୟାନ ପିଣ୍ଟୁଙ୍କ ମ୍ୟାଚ ପାଇଁ ମିଳିନି ଟିକେଟ। ଏନେଇ ସେ ଦୁଃଖିତ। ପିଣ୍ଟୁଙ୍କ ଟିକେଟ ଯୋଗାଇଦେବା ପାଇଁ ଓସିଏକୁ ନିବେଦନ କରିଛନ୍ତି ପିଣ୍ଟୁଙ୍କ ସମର୍ଥକ।

{"id":198211,"sizeSlug":"large"}

ନିଜର ରୋଲ ମଡେଲଙ୍କୁ ଇମ୍ପ୍ରେସ କରିବା ପାଇଁ ଆପଣ କଣ କରିପାରିବେ? ଟିମ୍ ଇଣ୍ଡିଆର ଚେଜ୍ ମାଷ୍ଟର ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ ପିଣ୍ଟୁ ବେହେରା।ବିରାଟଙ୍କୁ ଇମ୍ପ୍ରେସ କରିବା ପାଇଁ ସେ ତାଙ୍କର ପୁରା ବଡିକୁ ପିକ୍ଚର ଆଲବମ୍  କରିଛନ୍ତି।ବିରାଟଙ୍କ କ୍ୟାରିୟର ସବୁ ପ୍ରମୁଖ ଘଟଣାକୁ ପିଣ୍ଟୁ ତାଙ୍କ ବଡିରେ ୧୫ଟି ଟାଟ୍ଟୁ କରିଛନ୍ତି।

{"id":198212,"sizeSlug":"large"}

ପିଣ୍ଟୁଙ୍କ ପାଇଁ ଫ୍ୟାନ୍ ମୋମେଣ୍ଟ ଆସିଥିଲା ଗତ ଅକ୍ଟୋବରରେ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ସମୟରେ।ରୋଲ ମଡେଲ ବିରାଟଙ୍କୁ ଭେଟିଥିଲେ ପିଣ୍ଟୁ ।

{"id":198213,"sizeSlug":"large"}

ବିରାଟଙ୍କୁ  କୁଣ୍ଢେଇ ପକାଇଥିଲେ ପିଣ୍ଟୁ।ସାର୍ଟ ଖୋଲି ଦେଖାଇଥିଲେ ଟାଟ୍ଟୁ। ଏବେ ବିଶାଖାପଟ୍ଟନମରେ ଖେଳାଯିବାକୁଥିବା ଦ୍ଭାରତ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଦିନିକିଆମ୍ୟାଚ ଅବସରେ ବିରାଟଙ୍କୁ ଭେଟିବାକୁ ଲକ୍ଷ୍ୟ ରଖିଛନ୍ତି ପିଣ୍ଟୁ।ବିରାଟଙ୍କୁ ଭେଟି ତାଙ୍କର ଅଟୋଗ୍ରାଫ ନେବେ ଏବଂ ତାକୁ ଟାଟ୍ଟୁ ମାଧ୍ୟମରେ ଶରୀରେ ସାମିଲ କରିବେ।

{"id":198214,"sizeSlug":"large"}

ଏଥିପାଇଁ ସେ ଅନଲାଇନରେ ଟିକେଟ କିଣି ସାରିଛନ୍ତି। ଏଥର ସେ ଏକା ନୁହଁ ସାଙ୍ଗସାଥିଙ୍କ ସହ ଯିବେ ବୋଲି କହିଛନ୍ତି।

{"id":198215,"sizeSlug":"large"}

ତେବେ ବ୍ରହ୍ମପୁର ଟାଟ୍ଟୁ ମ୍ୟାନଙ୍କ ଦୁଃଖ ,ବାରବାଟୀରେ ଖେଳାଯିବାକୁ ଶେଷ ଦିନିକିଆ ମ୍ୟାଚ ଦେଖିବାପାଇଁ ଟିକେଟ ମିଳିନି। ଓ.ସି.ଏ ପକ୍ଷରୁ ଟିକେଟ୍ ଖଣ୍ଡିଏ ବ୍ୟବସ୍ଥା କରିଥିଲେ ପିଣ୍ଟୁ ବହୁତ ଖୁସି ଅନୁଭବ କରିବେ।

ଡିସେମ୍ବର ୨୨ ବାରବାଟୀ ମ୍ୟାଚ୍ ପାଇଁ ପିଣ୍ଟୁକୁ ଟିକେଟ୍ ଯୋଗାଇବା ପାଇଁ ନ୍ୟୁଜ୍ ୭ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ଓ.ସି.ଏ କୁ ନିବେଦନ କରିଛନ୍ତି ବ୍ରହ୍ମପୁରର ପିଣ୍ଟୁଙ୍କ ସମର୍ଥକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.