oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ତାତିରେ ସିଝୁଛି ଓଡିଶା, ବୁଧବାରରୁ ବର୍ଷିବ ନିଆଁ

11/04/2022 at 8:01 AM

ଭୁବନେଶ୍ୱର,୧୧/୦୪ ରାଜ୍ୟର ଅଧିକାଂଶ ସହର ରବିବାର ପୁଣି ଉତ୍ତପ୍ତ ହୋଇଛି । ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଯାଇଛି । ସୋନପୁରର ତାପମାତ୍ରା ସର୍ବାଧିକ ୪୨.୩ ଡିଗ୍ରୀ ରହିଛି ।

ଆସନ୍ତା ୧୩ ତାରିଖରୁ ରାଜ୍ୟରେ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ବଲାଙ୍ଗୀରରେ ଦିନବେଳା ତାପମାତ୍ରା ୪୨.୨ ଡିଗ୍ରୀ ଥିଲା । ଟିଟିଲାଗଡ଼ରେ ୪୨, ବାରିପଦାରେ ୪୨, ଝାରସୁଗୁଡ଼ାରେ ୪୧.୮, ସମ୍ବଲପୁରରେ ୪୧.୭, ବୌଦ୍ଧରେ ୪୧.୫, ଅନୁଗୁଳରେ ୪୦.୯, ଭବାନୀପାଟଣାରେ ୪୦.୮, ହୀରାକୁଦରେ ୪୦.୧ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ୧୧ ଓ ୧୨ ତାରିଖ ଦୁଇ ଦିନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୧ଡିଗ୍ରୀ ବଢ଼ିବ । ଆସନ୍ତା ୧୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୧୩ରୁ ୧୮ ତାରିଖ ଯାଏ ତାପମାତ୍ରା ୩ଡିଗ୍ରୀ ଯାଏ ବଢ଼ିପାରେ । କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ତାତି ବୃଦ୍ଧି ପାଇବ ।

ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ଆସନ୍ତା ୧୭ ତାରିଖ ଯାଏ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଉପକୂଳ ଓଡ଼ିଶାରେ ୧୪ରୁ ୧୬ ତାରିଖ ତିନି ଦିନ ଭିତରେ ଭୁବନେଶ୍ୱର ତାପମାତ୍ରା ୫ ଡିଗ୍ରୀ ବଢ଼ିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ରାଜଧାନୀର ତାପମାତ୍ରା ୪୨ଡିଗ୍ରୀ ପାର୍‌ କରି ଯାଇପାରେ ବୋଲି ସେ କହିଛନ୍ତି ।

କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

   Related Posts