ତାତିରେ ସିଝୁଛି କାଶୀ, ବିଶ୍ୱନାଥଙ୍କ ଦର୍ଶନ ବେଳେ ଗଲାଣି ୨ ଜୀବନ

Published By : Prameya-News7 Bureau | June 14, 2022 IST

ବାରାଣସୀ,୧୪/୦୬: ଉତ୍ତର ପ୍ରଦେଶର ବାରାଣସୀରେ ପ୍ରବଳ ଗରମ ଅନୁଭୂତ ହେଉଛି । ଫଳରେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅଗ୍ନି ପରୀକ୍ଷା ଭଳି ହୋଇଛି । ଆକାଶରୁ ଅଗ୍ନିବର୍ଷା ହେବା ସହ ମନ୍ଦିର କରିଡର୍‌ ତତଲା ତାୱା ପାଲଟିଛି । ଏହାଯୋଗୁ କାଶୀ ବିଶ୍ୱନାଥ କରିଡର୍‌ରେ ଦୁଇଦିନ ମଧ୍ୟରେ ଦୁଇଜଣ ଭକ୍ତ ପ୍ରାଣ ହରାଇଲେଣି । ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ଗତ ରବିବାର ଭୀଷଣ ଗରମ ଯୋଗୁ କର୍ଣ୍ଣାଟକର ବେଲଗାମ୍‌ ନିବାସୀ ୫୭ ବର୍ଷୀୟା ଆଶା ଦେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାର ଦିନ ପୂର୍ବରୁ ଅର୍ଥାତ୍‌ ଶନିବାର ଆନ୍ଧ୍ର ପ୍ରଦେଶର ୭୫ ବର୍ଷୀୟ ଅଲ୍ଲାପର୍ତ୍ତୀ ଚନ୍ଦ୍ରବୋଷଙ୍କର ମଧ୍ୟ ସମାନ କାରଣରୁ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ପଶ୍ଚିମବଙ୍ଗର ପାନିହାଟିସ୍ଥିତ ଇସ୍କନ ମନ୍ଦିରରେ ଅନୁଷ୍ଠିତ ଦଣ୍ଡ ମହୋତ୍ସବରେ ଅସହ୍ୟ ଗୁଳୁଗୁଳି ଓ ତାତି ଯୋଗୁ ୫ ଜଣ ପ୍ରାଣ ହରାଇଥିଲେ । ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.