oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଭୋଟ ରାଜନୀତିରୁ ସନ୍ୟାସ ନେବେ ସାଂସଦ ତଥାଗତ ସତପଥୀ!

5/03/2019 at 1:00 PM

ଭୁବନେଶ୍ବର ୫|୩: ଢେଂକାନାଳ ସାଂସଦ ତଥାଗତ ସତପଥୀ ଆଗାମୀ ସାଧାରଣ ନିର୍ବଚରେ ପ୍ରାର୍ଥୀ ହେବେ ନାହିଁ । ଏ ସଂକ୍ରାନ୍ତରେ ସେ ଆଜି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜଣାଇବେ ବୋଲି ଗଣ ମାଧ୍ୟମକୁ କହିଛନ୍ତି । ତେବେ ସେ କାହିଁକି ଏଭଳି ନିଷ୍ପତ୍ତି ନେଉଛନ୍ତି ସେ ସଂକ୍ରାନ୍ତରେ ନବୀନଙ୍କୁ ସାକ୍ଷାତ କରିବା ପରେ ଯାଇ ଗଣମାଧ୍ୟମକୁ କହିବେ ବୋଲି ସୂଚନା ଦେଇଛନ୍ତି । ଭୋଟ ରାଜନୀତିରୁ ଓହରିବା ପରେ ସେ ସାମ୍ବାଦିକତାରେ  ଫୋକସ କରିବେ ବୋଲି କହିଛନ୍ତି। ତଥାଗତଙ୍କର ଏଭଳି ନିଷ୍ପତ୍ତି ପଛରେ ତାଙ୍କୁ ଦଳରେ ଅଣଦେଖା କରାଯିବା ମୁଖ୍ୟ କାରଣ ବୋଲି କୁହାଯାଉଛି। ୨୦୦୪ ମସିହାରୁ ତଥାଗତ ଲଗାତାର ଭାବେ ଢେଙ୍କାନାଳରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ତଥାଗତଙ୍କ ଏଭଳି ନିଷ୍ପତ୍ତି ନେଇ ଦଳୀୟ ନେତାମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ ତଥାଗତଙ୍କ ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ସେ ଜଣେ ଭଲ ସାଂସଦ। ସେ ନିର୍ବାଚନ ନଲଢିଲେ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତଥାଗତ ଏ ପରିପ୍ରେକ୍ଷୀରେ ଆଜି ଅପରାହଣ୍‌ ୪ଟା ବେଳେ ନବୀନଙ୍କୁ ସାକ୍ଷାତ କରିବେ।   

   Related Posts