ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ମହାରାଜା ଆସିଗଲେ,ଏବେ ଅପେକ୍ଷା ‘ଲକ୍ଷ୍ମୀ’ଙ୍କୁ ! ଖୁବ୍ ଶୀଘ୍ର ରତନ ଟାଟାଙ୍କ ଘରକୁ ଫେରିବ ଏହି ବ୍ରାଣ୍ଡ

17/12/2021 at 7:47 PM

ମୁମ୍ବାଇ ୧୭।୧୨: ବହୁତ ସମୟ ଲାଗିଲା ! ହେଲେ ପୁଣି ଟାଟାଙ୍କ ଘରକୁ ମହାରାଜା (ଏୟାର ଇଣ୍ଡିଆ) ଫେରି ଆସିଛି। ଏହା ଟାଟା ସମୂହଙ୍କ ମୁଖ୍ୟ ରତନ ଟାଟାଙ୍କୁ ଆଶ୍ୱସ୍ତ କରିଛି। ହେଲେ ସେ ଏବେବି ସେତେ ଆଶ୍ୱସ୍ତ ନୁହନ୍ତି କାରଣ ତାଙ୍କୁ ଛାଡି ଚାଲିଯାଇଥିବା ‘ଲକ୍ଷ୍ମୀ’  ଏପର୍ଯ୍ୟନ୍ତ ତାଙ୍କ ଛାତ ତଳକୁ ଆସି ନାହିଁ। ଜାଣିଲେ ତାଜ୍ଜୁବ ହେବେ ଜେଆରଡି ଟାଟାଙ୍କ ଭଳି ଜଣେ ଉଦ୍ୟୋଗପତି ଏକଦା ତାଙ୍କ ଛାତ ତଳେ କସମେଟିକ୍ସ (ସୌନ୍ଧର୍ଯ୍ୟ ପ୍ରସାଧାନ)କୁ ମଧ୍ୟ ଜାବୁଡି ରଖିଥିଲେ। ଆଜି ଯେଉଁ ନେଲ ଏନାମେଲ ବ୍ରାଣ୍ଡ ଲେକମେ ନାମରେ ବଜାରରେ ମିଳୁଛି ତାହା ଏକଦା ଟାଟାଙ୍କ ଉତ୍ପାଦ ଥିଲା।

ତେବେ ଏକ ସମୟରେ ଟାଟା ନିଜକୁ ସୌନ୍ଧର୍ଯ୍ୟ ପ୍ରସାଧାନ କ୍ଷେତ୍ରରୁ ବାହାର କରିଆଣିଥିଲେ ଓ ଏହାକୁ ହିନ୍ଦୁସ୍ତାନ ୟୁନିଲିଭରକୁ ବିକି ଦେଇଥିଲେ। ସେତେବେଳେ ଏହି ନେଲ ଏନାମେଲ ଟାଟାଙ୍କ କମ୍ପାନୀ ଲକ୍ଷ୍ମୀ ଭାବେ ଦେଶର ଘରେ ଘରେ ପରିଚିତ ଥିଲା। ଯେପରି ଟାଟା ସମୂହକୁ ମହାରାଜାର ପ୍ରତ୍ୟାବର୍ତ୍ତନ ହୋଇଛି ଠିକ୍ ସେହିପରି ଟାଟା ପୁଣି ଥରେ ବ୍ୟୁଟି ପ୍ରଡକ୍ଟ ଦୁନିଆରେ ପାଦ ରଖିବାକୁ ଯାଉଥିବା ଜଣାପଡିଛି।

ପ୍ରାୟ ୨୩ ବର୍ଷ ପରେ ଟାଟା ସମୂହ ସୌନ୍ଧର୍ଯ୍ୟ ପ୍ରସାଧାନ ବଜାରକୁ ଫେରିବେ। ଏକ ଅନୁମାନ ଅନୁସାରେ ୨୦୨୫ ବେଳକୁ ଭାରତର ସୌନ୍ଧର୍ଯ୍ୟ ପ୍ରସାଧାନ ବଜାର ୨୦ ବିଲିୟନ ଡଲାରକୁ ଛୁଇଁସାରିଥିବ। ଏବେ ସମୂହ ଏହି ବଜାରକୁ ମଧ୍ୟ ହାତେଇବା ଉଦ୍ଦେଶ୍ୟରେ ଅଛି। ନିକଟରେ ଟାଟା ସମୂହଙ୍କ ଟ୍ରେଣ୍ଟ ଲିମିଟେଡଙ୍କ ନନ୍ ଏକଜ୍ୟୁକୁଟିଭ ଚେୟାରମ୍ୟାନ ନୋଏଲ ଟାଟା ଏ ନେଇ ଇଶାରା କରିଛନ୍ତି। ବ୍ୟୁଟି ପ୍ରଡକ୍ଟର ରିଟେଲ କ୍ଷେତ୍ରରେ ଏବେ ବେଶ୍ ସମ୍ଭାବନା ଥିବା ସେ କହିଛନ୍ତି।

ଦେଶରେ ବ୍ୟୁଟି ପ୍ରଡକ୍ଟ ପ୍ରସ୍ତୁତ କର୍ତ୍ତା ନାଇକା ମହାମାରୀ କାଳରେ ବ୍ୟୁଟି ପ୍ରଡକ୍ଟ ବିକ୍ରିରେ ବେଶ ଅଭିବୃଦ୍ଧି ଅଭିଜ୍ଞତା କରିଛି। ଏକଦା ଏକ ଷ୍ଟାର୍ଟଅପ ଭାବେ ଉଭା ହୋଇଥିବା ଏହି କମ୍ପାନୀ ଏବେ ବ୍ଲକବଷ୍ଟର ଆଇପିଓ ପରେ ୧୩ ବିଲିୟନ ଡଲାର କମ୍ପାନୀରେ ପରିଣତ ହୋଇଛି। ଦୀର୍ଘ ଦଶକ ପୂର୍ବେ ବ୍ୟୁଟି ପ୍ରଡକ୍ଟ ବଜାରରେ ଟାଟାଙ୍କ ବର୍ଚସ୍ୱ ଥିଲା। ୧୯୫୩ ଦଶକରେ ନୋଏଲ ଟାଟାଙ୍କ ମା ସିମୋନ ଟାଟା ପ୍ରଥମ ସୌନ୍ଧର୍ଯ୍ୟ ପ୍ରସାଧାନ କମ୍ପାନୀ ଲେକମେର ସ୍ଥାପନା କରିଥିଲେ। ଭାରତୀୟଙ୍କ ଧନ ଦେବୀ ଲକ୍ଷ୍ମୀଙ୍କ ନାମରେ ସିମୋନ ଲେକମେ ଫରାସୀ ନାମକରଣ କରିଥିଲେ। ଯାହା ବେଶ ଲୋକପ୍ରୀୟ ବ୍ରାଣ୍ଡ ହୋଇପାରିଥିବା ବେଳେ ଟାଟା ଏହାକୁ ୟୁନିଲିଭର ପିଏଲସିଙ୍କ ସ୍ଥାନୀୟ ୟୁନିଟକୁ ବିକ୍ରି ହୋଇଯାଇଥିଲା।  

   Related Posts