ଛଟେଇ କରିବ ଟାଟା ଷ୍ଟିଲ୍‌! ନେଦରଲ୍ୟାଣ୍ଡସ୍‌ରେ ଥିବା ଫ୍ଲାଣ୍ଟରେ ଚାକିରି ହରାଇବେ ୮୦୦ କର୍ମଚାରୀ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡ୍ସ ଇଜ୍‌ମୁଦ୍ଦିନ୍‌ରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟଋତ ୮୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି ଟାଟା ଗ୍ରୁପ।  ଏମଷ୍ଟରଡାମ୍ ଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ମୋଟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ରଏଟର୍ସ ରିପୋର୍ଟ ଅନୁସାରେ, ଟାଟା ଷ୍ଟିଲର ଡଚ୍ ୟୁନିଟ୍ କହିଛି ଯେ ବଜାରରେ ନିଜର ସ୍ଥିତିକୁ ସୁଦୃଢ ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ କମ୍ପାନୀ ଅନେକ ଉଦ୍ୟମ କରିଛି। କିନ୍ତୁ ଏସବୁ ସତ୍ତ୍ୱେ ଆଉ କିଛି ପଦକ୍ଷେପ ନେବାକୁ ପଡ଼ିବ। କମ୍ପାନୀ କହିଛି ଯେ ଏକ ସ୍ୱଚ୍ଛ ଓ ନିର୍ମଳ ପରିବେଶ ଖୁବ୍‌ଶୀଘ୍ର ପରିବର୍ତ୍ତନା ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିବେଶ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପୁଞ୍ଜି ବିନିଯୋଗ କରାଯିବ।

ଟାଟା ଷ୍ଟିଲର ଡଚ୍ ୟୁନିଟର ପୁନଃନିର୍ମାଣର ପ୍ରଭାବ କର୍ମଚାରୀଙ୍କୁ ପ୍ରଭାବିତ କରିବ। ଡଚ୍ ଷ୍ଟିଲ୍ ପ୍ଲାଣ୍ଟଗୁଡିକ ଅଧିକ ସ୍ଥାୟୀ ଉତ୍ପାଦନ ପଦ୍ଧତି ଆଡକୁ ଗତି କରୁଥିବାରୁ ଏକ ପ୍ରତିଯୋଗିତାମୂଳକ ଧାର ବଜାୟ ରଖିବା ପାଇଁ ଏହା ଆବଶ୍ୟକ ବୋଲି କମ୍ପାନୀ କହିଛି।

ଟାଟାର ଏହି ଇସ୍ପାତ କମ୍ପାନି ନେଦରଲ୍ୟାଣ୍ଡର ସମୁଦାୟ CO2(କାର୍ବନ ଡାଇଅକ୍ସାଇଡ୍‌) ନିର୍ଗମନର ପ୍ରାୟ 7% ପାଇଁ ଦାୟୀ। ଯେଉଁଥିପାଇଁ ଏହା ଦେଶର ସବୁଠାରୁ ବଡ ପ୍ରଦୂଷଣକାରୀ ୟୁନିଟ୍ ପାଲଟିଛି। ଇସ୍ପାତ ତିଆରି କରିବାର ସବୁଜ ପଦ୍ଧତିକୁ ବଦଳାଇବା ପାଇଁ ଟାଟା ଷ୍ଟିଲ ନେଦରଲ୍ୟାଣ୍ଡ ସରକାରଙ୍କ ସହ କାମ କରୁଛି। ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇପାରିନାହିଁ, ଟାଟା ଷ୍ଟିଲ ପାଇଁ ନିହାତି ଆବଶ୍ୟକ।

ନୂତନ ଯୋଜନା ଅନୁଯାୟୀ ଟାଟା କହିଛି ଯେ ୨୦୩୦ ସୁଦ୍ଧା କମ୍ପାନୀ କୋଇଲା ଏବଂ ଲୁହାପଥର ଉପରେ ଆଧାରିତ ଉତ୍ପାଦନକୁ ସ୍କ୍ରାପିଂ କରାଯାଇ ହାଇଡ୍ରୋଜେନରେ ଚାଲୁଥିବା ଚୁଲାକୁ ବଦଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.