୧୧୦ ମିଟର ଉଚ୍ଚ ଚିମନିକୁ ୧୧ ସେକେଣ୍ଡରେ ଧ୍ଵଂସ କଲା ଟାଟା ଷ୍ଟିଲ୍, ଦେଖନ୍ତୁ Video

Published By : Prameya-News7 Bureau | November 28, 2022 IST

ଜାମସେଦପୁର: ଝାଡଖଣ୍ଡର ଜାମସେଦପୁରରେ ଟାଟା ଷ୍ଟିଲ୍‌ର ୨୭ ବର୍ଷ ପୁରୁଣା ୧୧୦ ମିଟର ଉଚ୍ଚ ଚିମନିକୁ ମାତ୍ର ୧୧ ସେକେଣ୍ଡରେ ଧ୍ଵସ୍ତ କରାଯାଇଛି। ଚିମନିକୁ ଧ୍ଵଂସ କରାଯିବାର ଭିଡିଓକୁ କମ୍ପାନି ଟ୍ଵିଟ୍ କରିଛି। କମ୍ପାନି କହିଛି ସୁରକ୍ଷିତ, ନିୟନ୍ତ୍ରିତ ଏବଂ ପରିବେଶ ଅନୁକୂଳ ଭାବେ ଚିମନିକୁ ଭୁଶୁଡା ଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଚିମନିର ନିମ୍ନ ଭାଗରେ ବିସ୍ଫୋରଣ କରାଯାଇଛି। ପରେ ଚିମନି ଧିରେ ଧିରେ ଘେରାଉ କରାଯାଉଥିବା ନିର୍ଦ୍ଧାରିତ ସ୍ଥାନରେ ଖସିପଡିଥିଲା। ପୁଣି ଧୂଳିକୁ ନିୟନ୍ତ୍ରଣ କରିବା ପାଇଁ ଓ୍ଵାଟର କର୍ଣ୍ଣସ ବ୍ୟବହାର କରାଯାଇଥିଲା।

ଟାଟା ଷ୍ଟିଲର ଉପ ସଭାପତି ଅବନିଶ କୁମାର କହିଛନ୍ତି, ଜାମସେଦପୁରର ପ୍ଲାଣ୍ଟର ବ୍ୟାଟେରୀ ନମ୍ବର ୫ର ୨୭ ବର୍ଷ ପୁରୁଣା ୧୧୦ ମିଟର ଉଚ୍ଚ ଚିମନିକୁ ଇମ୍ପୋଜନ ପ୍ରଣାଳୀରେ ଭୁଶୁଡା ଯାଇଛି। ଏହି ସମୟରେ କର୍ମଚାରୀଙ୍କ ପାଇଁ ସୁରକ୍ଷାର ସମସ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଥିଲା। ଅର୍ଥ ବଞ୍ଚିବା ସହ  ପରିବେଶ ଅନୁକୂଳ ଭାବେ ଚିମନିକୁ ଭୁଶୁଡା ଯାଇଥିଲା। ଚିମନିକୁ ମାତ୍ର ୧୧ ସେକେଣ୍ଡରେ ଧ୍ଵସ୍ତ କରାଯାଇଛି। ଯାହା ଏକ ରେକର୍ଡ।

wp:html /wp:html

ଏହି କାର୍ଯ୍ୟ ଦକ୍ଷିଣ ଆଫ୍ରିକାର ଏଡିଫିସ ଇଞ୍ଜିନିୟରିଂ ଇଣ୍ଡିଆ ଦ୍ଵାରା କରାଯାଇଥିଲା। ଏହି କମ୍ପାନି ପୂର୍ବରୁ ନୋଏଡାର ବହୁ ଚର୍ଚ୍ଚିତ ଟ୍ଵିନ୍ ଟାଓ୍ଵାର୍ସକୁ ମାଟିରେ ମିଶାଇଥିଲା। ଟାଟା ଦ୍ଵାରା ୧୯୯୫ରେ ଏହି ଚିମନି ନିର୍ମାଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.